ଯାଜପୁର(ଗୁଲାମ ଗସ୍): ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ଜୀବନ। ଆଜି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ବ୍ରିଜ୍ ନିକଟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନିଆଳି ଅରଖପୁର ଗାଁର କିର୍ତ୍ତିରଞ୍ଜନ ପ୍ରଧାନ ଓ ଟାଙ୍ଗୀ ଭଗତପୁର ଅଞ୍ଚଳର ହେମନ୍ତ ନାୟକ ବାଇକ୍ରେ ଭଦ୍ରକ ଅଭିମୁଖେ ଯାଉଥିଲେ। ଜାରକା ଗୋକର୍ଣ୍ଣେଶ୍ୱର ବ୍ରିଜ୍ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହେମନ୍ତ ନାୟକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ କିର୍ତ୍ତି ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଶାଳା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ସେପଟେ ଧକ୍କା ଦେଇଥିବା ଟ୍ରକ୍ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କାଲି ଓଡ଼ିଶା ଆସୁଛନ୍ତି ମୋଦି, ରାଜଧାନୀରେ ଚେକିଂ କଡ଼ାକଡ଼ି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Crime
ପୁଲିସ୍ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ
ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍ କରିଥିଲେ।