କନ୍ୟା ଛଡ଼ାରେ ଯାଉଥିଲେ; ଓଲଟି ପଡ଼ିଲା ପିକଅପ୍‌, ୨ ମୃତ

ନୂଆପଡା (ମାୟାଧର ସରାଫ): କନିଆ ଛଡ଼ା କରିବାକୁ ଯାଉଥିବାକୁ ଯାଉଥିଲେ। ହେଲେ ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଘଟିଛି। ରବିବାର ତରବୋଡ ଗାଁର ଦିବାକର ବାଗଙ୍କ ପୁଅ ବାହାଘର। ସୋମବାର କନିଆ ଘର ଲୋକ କନିଆ ଛଡ଼ା କରିବାକୁ ଏକ […]

nuapada

nuapada

Manoranjan Sial
  • Published: Monday, 15 February 2021
  • Updated: 15 February 2021, 04:55 PM IST

ନୂଆପଡା (ମାୟାଧର ସରାଫ): କନିଆ ଛଡ଼ା କରିବାକୁ ଯାଉଥିବାକୁ ଯାଉଥିଲେ। ହେଲେ ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଘଟିଛି।

ରବିବାର ତରବୋଡ ଗାଁର ଦିବାକର ବାଗଙ୍କ ପୁଅ ବାହାଘର। ସୋମବାର କନିଆ ଘର ଲୋକ କନିଆ ଛଡ଼ା କରିବାକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସୁଥିଲେ। ଭ୍ୟାନ୍‌ରେ ୩୦ରୁ ଅଧିକ ଝିଅ ଘର ଲୋକ ଥିଲେ। ତେବେ ୩୫୩ ନମ୍ୱର ଜାତୀୟ ରାଜପଥର କ୍ରିଷ୍ଣାଛକରେ ପିକ୍‌ଅପ୍‌ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ କୌଶଲ୍ୟା ନିଆଲ ଓ ହେମ ନିଆଲଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୨୫ରୁ ଅଧିକ ଗୁରୁତର ଲୋକଙ୍କୁ ଉଦ୍ଧାର କରି କୋମନା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos