ଯାଜପୁର(ଗୁଲାମ ଗସ୍): ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ଚଢ଼ିଗଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। ବୁଧବାର ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଘଟିଛି।
ଡଙ୍କାରୀ ଗାଁ ଗୋଲକ ସାହୁ ଓ ତାଙ୍କ ପତ୍ନୀ କନକଲତା ସାହୁ ସ୍କୁଟିରେ ସମ୍ପର୍କୀୟ ଘରକୁ ଯାଇଥିଲେ। ବୁଧବାର ଦିନ ସେମାନେ ଘରକୁ ଫେରିଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ଜେନାପୁର ଥାନା ଚଢ଼େଇଧରା ଛକରେ ସେମାନଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜେନାପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି। ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।
Crime
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।
Crime
ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍
ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Crime
ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ
‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’