ଲାଞ୍ଜିଗଡ଼ ବେଦାନ୍ତରେ ଉତ୍ତେଜନା: ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ କାରଖାନାରେ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ଜଣେ ଶ୍ରମିକ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ଦାନି ପାଟ୍ରା। ତାଙ୍କ ଘର ଲାଞ୍ଜିଗଡ଼ ନିକଟସ୍ଥ ଛତ୍ରପୁରରେ। ପୁଲିସ୍ ମାଡ଼ରେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଲାଞ୍ଜିଗଡ଼ ହସ୍‌ପିଟାଲ୍‌ରେ […]

deadperson

deadperson

Jitendra Garnayak
  • Published: Monday, 18 March 2019
  • Updated: 18 March 2019, 01:54 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ କାରଖାନାରେ ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ଜଣେ ଶ୍ରମିକ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ଦାନି ପାଟ୍ରା। ତାଙ୍କ ଘର ଲାଞ୍ଜିଗଡ଼ ନିକଟସ୍ଥ ଛତ୍ରପୁରରେ।

ପୁଲିସ୍ ମାଡ଼ରେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଲାଞ୍ଜିଗଡ଼ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କାରଖାନା ସମ୍ମୁଖରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

vedantaମିଳିଥିବା ସୂଚନା ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ସ୍ଥାନୀୟ ଶ୍ରମିକମାନେ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ପ୍ଲାଣ୍ଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ଜୋରଜବରଦସ୍ତ ଆନ୍ଦୋଳନରୁ ହଟାଇବାକୁ ଚେଷ୍ଟା କରିଥିଲେ। ତେବେ ଶ୍ରମିକମାନେ ନିଜ ଜିଦ୍‌ରେ ଅଟଳ ରହିବା ସହିତ ପ୍ଲାଣ୍ଟ ପରିସରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷାକର୍ମୀଙ୍କ ମାଡ଼ରେ ଦାନି ପାଟ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।

ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ, ପ୍ଲାଣ୍ଟ ପରିସରରେ ଥିବା ଡିଏଭି ସ୍କୁଲ୍‌ରେ ସ୍ଥାୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଶନ୍ ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos