ଦୁଃଖଦ: ଏମିତି ଲିଭିଗଲା ୨ ଜୀବନ ଦୀପ

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର): ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ସ୍କୁଟିରେ ଦୁଇ ଜଣ ଯାଉଥିବାବେଳେ ଏକ ସିମେଣ୍ଟ ଗାଡିକୁ ଏକ କ୍ରେନ ଟାଣି ନେଉଥିବାବେଳେ  ମାଡ଼ି ଯାଇଥିଲା। ସ୍କୁଟିରେ ଜଣେ ମହିଳା ଓ ଜଣେ ପୁରୁଷ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ପୁଲିସ ଉଦ୍ଧାର କରିଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ହେଲପର ଆହତ ହୋଇ ପୁଲିସ ହେପଜାତରେ ଅଛି । ତେବେ ମୃତ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।