ରାୟଗଡ଼ା (ମନୋଜ ପାତ୍ର): ବର୍ଷା ଯୋଗୁ ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ଚାଲିଗଲା ଦୁଇ ଜଣ ଯୁବକଙ୍କ ଜୀବନ। ସେହିଭଳି ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବଦଳା ଥାନା ଇନ୍ଦାରିପଡ଼ା ଗାଁରେ।
ମୃତ ଯୁବକ ଦ୍ୱୟ ହେଲେ ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସ୍ଥାନୀୟ ହରିଜନ ସାହିର ଏହି ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ଗତକାଲି ସନ୍ଧ୍ୟାରେ ଶୌଚ ହେବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ଆସିଥିଲା। ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାରୁ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲ। ଆଉ ସେଠାରେ ସେମାନେ ବଜ୍ରପାତର ଶିକାର ହୋଇଥିଲେ।
ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ଅମ୍ବାଦଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ନରେଶ ଓ ଅର୍ଜଲାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।