ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଘର ମାଲିକ ଓ ଶ୍ରମିକ ମୃତ

ଫୁଲବାଣୀ (ତ୍ରିନାଥ ସାହୁ): ପାଇଖାନା ପାଇଁ ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପିଟବାରି ଗାଁରେ। ମୃତକଙ୍କ ମଧ୍ୟରୁ ଜଣେ ଘର ମାଲିକ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ। ମୃତ ଘର ମାଲିକଙ୍କ ନାଁ ସଞ୍ଜୟ ପ୍ରଧାନ। ସେହିଭଳି ମୃତ ଶ୍ରମିକଙ୍କ ନାଁ ସନ୍ତୋଷ କହଁର। ସଞ୍ଜୟ ପ୍ରଧାନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ। ପିଟବାରି ଗାଁରେ ତାଙ୍କୁ ସରକାରୀ […]

Phulbani Medical

Phulbani Medical

Jitendra Garnayak
  • Published: Monday, 31 May 2021
  • Updated: 31 May 2021, 11:42 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ପାଇଖାନା ପାଇଁ ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ପିଟବାରି ଗାଁରେ।

ମୃତକଙ୍କ ମଧ୍ୟରୁ ଜଣେ ଘର ମାଲିକ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ। ମୃତ ଘର ମାଲିକଙ୍କ ନାଁ ସଞ୍ଜୟ ପ୍ରଧାନ। ସେହିଭଳି ମୃତ ଶ୍ରମିକଙ୍କ ନାଁ ସନ୍ତୋଷ କହଁର।

ସଞ୍ଜୟ ପ୍ରଧାନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ। ପିଟବାରି ଗାଁରେ ତାଙ୍କୁ ସରକାରୀ କୋଟାରେ ଏକ ଜାଗା ମିଳିଥିଲା। ସେହି ଜାଗାରେ ସେ ଘର ନିର୍ମାଣ କରୁଥିବା ବେଳେ ପାଇଖାନା ଟାଙ୍କି ମଧ୍ୟ ଖୋଳାଯାଉଥିଲା। ତେବେ ଆଜି ପାଇଖାନା ଟାଙ୍କି ଖୋଳା ଚାଲିଥିବା ବେଳେ ଏଥିରେ ନିୟୋଜିତ ଶ୍ରମିକ ଜଣଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସଞ୍ଜୟ ଭିତରକୁ ପଶିଥିଲେ। ତେବେ ତାଙ୍କର ମଧ୍ୟ ଶ୍ୱାସରୁଦ୍ଧ ହୋଇଯାଇଥିଲା।

ଏହା ଦେଖି ଘରର ସଦସ୍ୟମାନେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସଞ୍ଜୟ ଓ ସନ୍ତୋଷଙ୍କୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos