ମାଲିକ ପାଇଁ ଜୀବନ ଦେଲେ ବ୍ଲାକି ଓ ସୁଇଟି, ଦୁର୍ବୃତ୍ତ ନୁହେଁ ନାଗ ସହ ଲଢ଼ି ହାରିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଲିକ ପାଇଁ ଜୀବନ ଦେଲେ ବ୍ଲାକି ଓ ସୁଇଟି। ଏମାନେ କୌଣସି ବ୍ୟକ୍ତିବିଶେଷ ନୁହଁନ୍ତି, ଦୁଇଟି କୁକୁରର ନାଁ । କୁକୁର ଦୁଇଟିଙ୍କର ଜୀବନ ଯିବାର ୧୧ ଦିନ ପରେ ମାଲିକ ଜାଣିଲେ ରହସ୍ୟମୟ ଘଟଣା । ସିସିଟିଭିରୁ କୁକୁର ମୃତ୍ୟୁର କାରଣ ଜାଣିବା ପରେ କୋହ ସମ୍ଭାଳି ପାରିନଥିଲେ ମାଲିକ । କାରଣ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବଳି ଦେଇଛନ୍ତି ଦୁଇ ଲାବ୍ରାଡର ପ୍ରଜାତିର କୁକୁର। ଭୁବନେଶ୍ୱର କାନନ ବିହାର […]

7909

7909

Tapas Behera
  • Published: Friday, 28 August 2020
  • Updated: 28 August 2020, 07:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଲିକ ପାଇଁ ଜୀବନ ଦେଲେ ବ୍ଲାକି ଓ ସୁଇଟି। ଏମାନେ କୌଣସି ବ୍ୟକ୍ତିବିଶେଷ ନୁହଁନ୍ତି, ଦୁଇଟି କୁକୁରର ନାଁ । କୁକୁର ଦୁଇଟିଙ୍କର ଜୀବନ ଯିବାର ୧୧ ଦିନ ପରେ ମାଲିକ ଜାଣିଲେ ରହସ୍ୟମୟ ଘଟଣା । ସିସିଟିଭିରୁ କୁକୁର ମୃତ୍ୟୁର କାରଣ ଜାଣିବା ପରେ କୋହ ସମ୍ଭାଳି ପାରିନଥିଲେ ମାଲିକ । କାରଣ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବଳି ଦେଇଛନ୍ତି ଦୁଇ ଲାବ୍ରାଡର ପ୍ରଜାତିର କୁକୁର।

ଭୁବନେଶ୍ୱର କାନନ ବିହାର ଫେଜ୍-୨ରେ ରୁହନ୍ତି ଡାକ୍ତର ଆର୍ଯ୍ୟକାନ୍ତ ମାଝି ଏବଂ ତାଙ୍କ ପରିବାର।  ତାଙ୍କ ବାପା ଡାକ୍ତର ପଦ୍ମନାଭ ମାଝୀଙ୍କ ଦେହାନ୍ତ ଗତ ମାସରେ ହୋଇଯାଇଛି । ହେଲେ ବାପା ପଦ୍ମନାଭ ପାଳିଥିବା ୨ଟି କୁକୁରଙ୍କର ଯତ୍ନ ନେଉଥିଲେ ଆର୍ଯ୍ୟକାନ୍ତ । ଗୋଟିଏ କୁକୁର ନାଁ ବ୍ଳାକି, ଆଉ ଅନ୍ୟଟି ସୁଇଟି । ଏମାନେ ଦିନରେ ବଗିଚାରେ ଖୋଲା ବୁଲନ୍ତି  ।

ହେଲେ ରାତିରେ ଏକ ସ୍ୱତନ୍ତ୍ର ଘରେ ରହୁଥିବା ବେଳେ ତାର କବାଟକୁ ଶିକୁଳିରେ ଚାବି ପକାଯାଏ । କିନ୍ତୁ ଚଳିତମାସ ୧୬ ତାରିଖ ସକାଳେ ଅତ୍ୟନ୍ତ ରହସ୍ୟମୟ ଢଙ୍ଗରେ ୨ଟି ଯାକ କୁକୁରଙ୍କ ମୃତଦେହ ମିଳିଥିଲା।

କୁକୁରମାନେ ରହୁଥିବା ଘରର କବାଟ ଖୋଲାଥିଲା। ଲୁହା ଶିକୁଳି ଛିଡି ତଳେ ପଡିଥିଲ॥ ଏହା କେଉଁ ଦୁର୍ବୃତ୍ତଙ୍କ କାମ ସନ୍ଦେହ କରି ମାଝି ପରିବାର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ବଗିଚା ଭିତରେ କୁକୁରଙ୍କ ମୃତଦେହ ପୋତି ଦେଲେ ପରିବାର ଲୋକେ । ତେବେ କୁକୁର ମୃତ୍ୟୁ ସେମାନଙ୍କ ମନକୁ ଆନ୍ଦୋଳିତ କରିଥିଲା । ଗତକାଲି ସିସିଟିଭିରୁ ଜାଣିବାକୁ ପାଇଲେ ସେହିଦିନ ଏକ ବଡ଼ ନାଗ ସାପ ବଗିଚାକୁ ପଶୁଛି । ସାପକୁ ଦେଖି କୁକୁର ଦୁଇଟି ଲୁହା ଜାଲି ଲଗା କବାଟକୁ ଭୀଷଣ ଭାବେ ଆଘାତ ଦେଉଛନ୍ତି।  ପ୍ରାୟ ୧୦ ମିନିଟ ପରେ ଲୁହା ଶିକୁଳିଟି ଭାଙ୍ଗିଯିବା ପରେ ସାପ ସହ ଲଢେଇ କରିଛନ୍ତି । ଯଦିବା ରାତିରେ ଭିଡିଓ ସ୍ପଷ୍ଟ ଦେଖାଯାଉନି, ହେଲେ ତାପରର ଘଟଣା ପରିବାର ଲୋକେ ଠିକ ଅନୁମାନ କରିପାରିଛନ୍ତି।   ଏହା ଏକ ବଡ଼ ନାଗ ସାପ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଚିହ୍ନଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos