ବାଘ ମୃତ୍ୟୁ ମାମଲାରେ ନିଲମ୍ୱିତ ହେଲେ ଦୁଇ ବନ କର୍ମଚାରୀ

ଦେବଗଡ଼(ଓଡ଼ିଶା ରିପୋର୍ଟର): ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟନୁଷ୍ଠାନ ହୋଇଛି। ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଡିଏଫ୍ଓ। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ସେପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ କରିଛି ବନବିଭାଗ। ଡେବ୍ରିଗଡ […]

tigreroooo

Manoranjan Sial
  • Published: Wednesday, 31 October 2018
  • , Updated: 31 October 2018, 04:53 PM IST

ଦେବଗଡ଼(ଓଡ଼ିଶା ରିପୋର୍ଟର): ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟନୁଷ୍ଠାନ ହୋଇଛି। ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଡିଏଫ୍ଓ। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି।

ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ସେପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ କରିଛି ବନବିଭାଗ। ଡେବ୍ରିଗଡ ଡଙ୍ଗଲରେ ଲାଗିବ ସିସି କ୍ୟାମେରା। ବାଘର ପଦଚିହ୍ନ ମାଧ୍ୟମରେ ବାଘ ଚିହ୍ନଟ ହେବ। ପୂର୍ବରୁ ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁ କ୍ୟାମେରା କଡାଯାଇଥିଲା। ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଉଛି। ବନବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ଏହି ସୂଚନା ଦେଇଛନ୍ତି ଚିଫ୍‌ ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାର୍ଡେନ ସନ୍ଦୀପ ତ୍ରିପାଠୀ।

Related story