ଗାଧୋଇବାକୁ ଯାଇ ଦୁଇ ସାଙ୍ଗ କେନାଲରେ ଭାସିଗଲେ

ଅନୁଗୋଳ(ବିରଜା ଦାଶ): ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କ ଗଲା ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୋଳ ହେମସୁରପଡ଼ା କେନାଲରେ। ଆଜି ମଧ୍ୟାହ୍ନରେ ହେମସୁରପଡ଼ା ଗାଁର ବୃନ୍ଦାବନ ସେଠୀ ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ଏକାଠି ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ବୃନ୍ଦବନ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମଧ୍ୟ ପାଣିରେ ଭାସି ଯାଇଥିଲେ। ହେଲେ କେହି କାହାକୁ ବଞ୍ଚାଇ ପାରିଲେ ନାହିଁ। ସେଠାରେ […]

drownn-1

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 05:31 PM IST

ଅନୁଗୋଳ(ବିରଜା ଦାଶ): ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କ ଗଲା ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୋଳ ହେମସୁରପଡ଼ା କେନାଲରେ।

ଆଜି ମଧ୍ୟାହ୍ନରେ ହେମସୁରପଡ଼ା ଗାଁର ବୃନ୍ଦାବନ ସେଠୀ ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ଏକାଠି ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ବୃନ୍ଦବନ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମଧ୍ୟ ପାଣିରେ ଭାସି ଯାଇଥିଲେ। ହେଲେ କେହି କାହାକୁ ବଞ୍ଚାଇ ପାରିଲେ ନାହିଁ। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଉଭୟଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି।

Related story