ବାହାଘର ଭୋଜିରେ ଦୁଇ ଗୋଷ୍ଠୀ ହାତାହାତି

ଭଦ୍ରକ(ପାର୍ଥସାରଥୀ ନାୟକ): ବାହାଘର ଭୋଜିରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି। ଧାମନଗର ଥାନା ଭଗବାନପୁର ସେଠିସାହିର ଜଳନ୍ଧର ସେଠୀଙ୍କ ପୁଅଙ୍କ ବାହାଘର ହୋଇଥିଲା। ଆଜି ଥିଲା ଭୋଜି। ସେଥିପାଇଁ ଗାଁର ସମସ୍ତ ସମ୍ପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଥିଲେ। ମାତ୍ର ଏହାକୁ କେତେକ ସମ୍ପର୍କୀୟ ବିରୋଧ କରିଥିଲେ। ଯାହାକୁ ନେଇ […]

bhadrak

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 09:44 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ବାହାଘର ଭୋଜିରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି। ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି।

ଧାମନଗର ଥାନା ଭଗବାନପୁର ସେଠିସାହିର ଜଳନ୍ଧର ସେଠୀଙ୍କ ପୁଅଙ୍କ ବାହାଘର ହୋଇଥିଲା। ଆଜି ଥିଲା ଭୋଜି। ସେଥିପାଇଁ ଗାଁର ସମସ୍ତ ସମ୍ପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଥିଲେ। ମାତ୍ର ଏହାକୁ କେତେକ ସମ୍ପର୍କୀୟ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷରୁ ଗାଳିଗୁଲଜ ହୋଇଥିଲା। ଏପରିକି ପରସ୍ପର ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଫଳରେ ରଣକ୍ଷେତ୍ର ପାଲଟିଥିଲା ବାହାଘର ଭୋଜି।

ଏଥିରେ ଉଭୟ ଗୋଷ୍ଠୀରୁ ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story