କଟକ (ଓଡ଼ିଶା ରିପୋର୍ଟର): ବଡ଼ ଧାରଣର ଠକେଇ ଧରିଲା ଜିଏସ୍ଟି ବିଭାଗ। ୨ ଜଣ ମାଷ୍ଟର ମାଇଣ୍ଡ ସିଏ ଅମିତ କୁମାର ଅଗ୍ରୱାଲ ଓ ସତୀନ୍ଦ୍ର କୁମାର ଯାଦବ ଗିରଫ। ଅମିତଙ୍କୁ ଝାରସୁଗୁଡ଼ାରୁ ଓ ସତୀନ୍ଦ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଆଇଟିସିରେ ୩୨୩ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଫେକ୍ ସେଲରେ ୧୮୧୯ କୋଟି ଟଙ୍କାର ଠକେଇ ହୋଇଛି। ଯାହାଫଳରେ ୫୮.୧୪ କୋଟି ଟଙ୍କା ରାଜସ୍ୱ ଟିକସ କ୍ଷତି ହୋଇଛି। ଏନଫୋର୍ସମେଣ୍ଟ ଟିମ୍ ଚେକିଂ ବେଳେ ଏହି ଠକେଇର ସାମ୍ମନାକୁ ଆସିଥିଲା। କୋଲକତା, ଦିଲ୍ଲୀ, ଝାରଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଜାଲ ବିଲ କରି ଚଳାଇ ଥିଲେ କାରବାର।
ଅଭିଯୁକ୍ତମାନେ ରାଜ୍ୟ ବାହାର ସଧାରଣ ଲୋକଙ୍କ ପରିଚୟପତ୍ରକୁ ଭୁଲ ବ୍ୟବହାର କରିଛନ୍ତି। ସ୍ଵିପର, ୱର୍କରମାନଙ୍କ ନାଁରେ କମ୍ପାନୀ ଖୋଲି କାରବାର କରୁଥିଲେ। ଝାରସୁଗୁଡାର ଏକ ଖାଲି ପଡ଼ିଆରେ ନିଜ କମ୍ପାନୀ ନାଁ ଦେଖାଇ ଜାଲ ବ୍ୟବସାୟୀ ଜାରି ରଖିଥିଲେ ବୋଲି ଜିଏସ୍ଟି କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।