ଆମ୍ୱ ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ଉଭୟ ବିବାହିତ ହୋଇଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି […]

deadbody

deadbody

Jitendra Garnayak
  • Published: Sunday, 16 June 2019
  • Updated: 16 June 2019, 11:12 AM IST

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ଉଭୟ ବିବାହିତ ହୋଇଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି ଏହି ଯୁବକଙ୍କ ସହିତ ଅନ୍ୟତ୍ର ରହୁଥିଲେ। ଗତକାଲି ସେମାନେ ଗାଁକୁ ଫେରିଥିଲେ।

ଲୋକଲଜ୍ଜାକୁ ସହି ନପାରି ସେମାନେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ପୁଲିସ୍‌ ଘଟଣାସ୍ଥଳରୁ ଏକ ସ୍କୁଟି ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos