ଝୁଲନ୍ତା ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା (ଓଡ଼ିଶା ରିପୋର୍ଟର): ଝାରଖଣ୍ଡ ସିମ୍‌ଡେଗା ସହରର ସଦର ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆରାନିଠାରେ ଥିବା ଏକ କାଜୁ ବାଗାନରେ ଉଭୟଙ୍କୁ ଝୁଲିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ଘର ବୀରମିତ୍ରପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ଝାରଖଣ୍ଡରେ ବୋଲି ସୂଚନା ମିଳିଛି। ସେମାନଙ୍କୁ ଏବେ ଚିହ୍ନଟ କରାଯାଇଛି। ଜଣଙ୍କର ନାଁ ଶ୍ରଦ୍ଧା ସୋରେନ (18) ହୋଇଥିବା ବେଳେ ଅନ୍ୟ […]

EREE

Puspanjali Panda
  • Published: Sunday, 11 August 2019
  • , Updated: 11 August 2019, 04:22 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ଝାରଖଣ୍ଡ ସିମ୍‌ଡେଗା ସହରର ସଦର ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆରାନିଠାରେ ଥିବା ଏକ କାଜୁ ବାଗାନରେ ଉଭୟଙ୍କୁ ଝୁଲିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ଘର ବୀରମିତ୍ରପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ଝାରଖଣ୍ଡରେ ବୋଲି ସୂଚନା ମିଳିଛି। ସେମାନଙ୍କୁ ଏବେ ଚିହ୍ନଟ କରାଯାଇଛି। ଜଣଙ୍କର ନାଁ ଶ୍ରଦ୍ଧା ସୋରେନ (18) ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାଁ ସୁନନ୍ଦିନୀ ବାଗେ (23) ବୋଲି ଜଣାପଡ଼ିଛି ତେବେ ମୃତକ ଦୁହେଁ ଏକ ଘରୋଇ ସ୍କୁଲର ଛାତ୍ରୀ ବୋଲି ଜଣାପଡ଼ିଛି। ସୁନନ୍ଦିନୀ ଦ୍ୱାଦଶ ଶ୍ରେଣୀ ଓ ଶ୍ରଦ୍ଧା ନବମ ଶ୍ରେଣୀରେ ପଢୁଥିଲେ। ଶ୍ରଦ୍ଧାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଶନିବାର ଦିନ ସ୍କୁଲ ଯାଇ ଘରକୁ ଆଉ ଫେରି ନଥିଲେ।

କେଉଁ ପରିସ୍ଥିତିରେ ଏମାନଙ୍କର ମୃତ୍ୟୁ ହୋଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Related story