ଦୁବାଇରେ ୨ ଘଣ୍ଟିଆ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’: ଶିଳ୍ପ, ଖଣି ଓ ବାଣିଜ୍ୟ ମନ୍ତ୍ରୀଙ୍କୁ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ ‘ସରକାରୀ’ ତଥା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଲାଭଦାୟୀ ଦର୍ଶାଇବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦ତାରିଖରୁ ୧୦ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଟାଲୀର ରୋମରେ ୬ଦିନ ରହି ଆସନ୍ତାକାଲି ରାତିରେ ଦୁବାଇ ପହଂଚିବେ । ସେଠାରେ ‘ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ […]

Naveen

Naveen

Ordigital Desk
  • Published: Saturday, 25 June 2022
  • Updated: 25 June 2022, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ ‘ସରକାରୀ’ ତଥା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଲାଭଦାୟୀ ଦର୍ଶାଇବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦ତାରିଖରୁ ୧୦ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଟାଲୀର ରୋମରେ ୬ଦିନ ରହି ଆସନ୍ତାକାଲି ରାତିରେ ଦୁବାଇ ପହଂଚିବେ । ସେଠାରେ ‘ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ତାରିଖ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଦୁବାଇରେ ପ୍ରସ୍ତାବିତ ଏହି ୨ଘଂଟିଆ ଇନଭେଷ୍ଟର୍ସ ମିଟରେ ରାଜ୍ୟର ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେଖିବାକୁ ମିଳିବ ନାହିଁ । ତେବେ ଦୀର୍ଘ ୧୦ବର୍ଷ ପରେ ବିଦେଶ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଗସ୍ତକୁ ‘ସରକାରୀ’ ଦର୍ଶାଇବାକୁ ରାଜ୍ୟ ସରକାର କାହିଁକି ଏଭଳି ସୋ-ବାଜି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଯଦିଓ ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ବିଦେଶ ଯିବାରେ କୌଣସି ସମସ୍ୟା କିମ୍ବା ଆପତ୍ତି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ଉଦ୍ଦେଶ୍ୟମୂଳକ ଭାବେ ‘ସରକାରୀ’ ଦର୍ଶାଇବାକୁ ତାଙ୍କ କାର୍ଯ୍ୟାଳୟ ଜୋରଦାର ଢଙ୍ଗରେ ପ୍ରଚାରପ୍ରସାର ଆରମ୍ଭ କରିଦେଇଛି । ଯଦିଓ ଜୁନ୍ ୨୨ତାରିଖରେ ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ୪୦ମିନିଟ୍ ଧରି ଖରାରେ ବସି ରହିବା ଓ ପରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା । ପୋପ୍ ଫ୍ରାନ୍ସିସଙ୍କ ସହ ସାକ୍ଷାତ ‘ସରକାରୀ’ ଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା କିମ୍ବା ୭୬ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀଙ୍କୁ ଖରାରେ ଅପେକ୍ଷା କରିବାକୁ ପଡ଼ିନଥାନ୍ତା । ସେହିପରି ଜୁନ୍ ୨୪ତାରିଖରେ ‘ୟୁଏନ୍ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ(ୟୁଏନଡବ୍ଲ୍ୟୁଏଫପି)’ର ରୋମସ୍ଥିତ ମୁଖ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧି ଦଳ ସହ ଗସ୍ତ କରି ‘ଓଡ଼ିଶା ଖାଦ୍ୟ ସୁରକ୍ଷା ମଡେଲ’ ଓ ସଫଳତା ସମ୍ପର୍କରେ ୟୁଏନଡବ୍ଲ୍ୟୁଏଫପି ମୁଖ୍ୟ ଡେଭିଡ୍ ବାସଲେଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସାକ୍ଷାତକାରର ସୂଚନା ଓଡ଼ିଶା ଗଣମାଧ୍ୟମକୁ ପ୍ରଦାନ କରାଗଲା, ମାତ୍ର ୱାଲର୍ଡ ଫୁଡ୍ ପ୍ରୋଗ୍ରାମ କିମ୍ବା ଏହାର ମୁଖ୍ୟ ଡେଭିଡ୍ ବାସଲେଙ୍କ ପକ୍ଷରୁ ଏନେଇ ଗୋଟିଏ ଟ୍ୱିଟ୍ କିମ୍ବା ପ୍ରେସ୍ ରିଲିଜ୍ ଜାରି କରାଗଲାନି । ଯଦି ୟୁଏନଡବ୍ଲ୍ୟୁଏଫପି ମୁଖ୍ୟାଳୟକୁ ଗସ୍ତ ସରକାରୀ ଥିଲା ତା’ହେଲେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ କାହିଁକି ସମ୍ପୃକ୍ତ ଆନ୍ତର୍ଜାତିକ ସଂସ୍ଥା ଗୁରୁତ୍ୱ ଦେଲାନି ଓ ଗୋଟିଏ ପ୍ରେସ୍ ରିଲିଜ୍ କି ଟ୍ୱିଟ୍ କଲାନି ବୋଲି ପ୍ରଶ୍ନ ଉଠିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମରୁ ଆସନ୍ତାକାଲି ରବିବାର ରାତି ୮ଟା ୨୦ମିନିଟରେ ଦୁବାଇରେ ପହଂଚିବେ । ମୁଖ୍ୟମନ୍ତ୍ରୀଙ୍କୁ ଦୁବାଇ ବିମାନ ବନ୍ଦରରେ ସ୍ୱାଗତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଖାଦ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର,ସାଂସଦ ସୁଜିତ୍ କୁମାର, ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ଆକାଶଦାସ ନାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇର ବିଜିନେସ୍ ବେ ସ୍ଥିତ ‘ଦି ଓବରୋଇ’ ହୋଟେଲରେ ୨୯ତାରିଖ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ । ଫିକ୍କି ସହଯୋଗରେ ଆୟୋଜିତ ହେଉଥିବା ଏହି ଇନଭେଷ୍ଟର୍ସ ମିଟରେ ଯଦିଓ ଓଡ଼ିଶାରେ ଖଣି, ପେଟ୍ରୋ କେମିକାଲ୍ସ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି’ ଫୁଡ୍ ପ୍ରୋସିସିଂ, ଟେକ୍ସଟାଇଲ, ପୋର୍ଟ, ବିମାନ ବନ୍ଦର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ବ୍ୟବସାୟିକ ସମ୍ଭାବନାକୁ ନେଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଦୀର୍ଘଦିନ ବ୍ୟବଧାନରେ ଆୟୋଜିତ ହେଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସମ୍ପୃକ୍ତ କ୍ଷେତ୍ରର ବିଭାଗୀୟ ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ମିଳିନି । ସେମାନଙ୍କୁ ସେଠାରେ ଦେଖିବାକୁ ମିଳିବ ନାହିଁ । କେବଳ ଖାଦ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହିବେ । ତେଣୁ ଏହି ୨ଘଂଟିଆ ନିବେଶକ ମିଟର ସଫଳତା କେତେ ଆଗାମୀ ଦିନରେ ଜଣାପଡ଼ିବ । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରବାସୀଙ୍କ ସହ ଭେଟଘାଟ ନିମନ୍ତେ ବିଜେଡି ନିଜର ଟିମ୍ ପଠାଇ ପ୍ରସ୍ତୁତି ଆରମ୍ଭ କରିଛି । ୨୭ରୁ ୩୦ତାରିଖ ମଧ୍ୟରେ ଦୁବାଇରେ ମୁଖ୍ୟମନ୍ତ୍ରୀ ଅନ୍ୟ କେଉଁ ସବୁ କାର୍ଯ୍ୟକ୍ରମରେ ସାମିଲ ହେବେ ତାହାବି ଅସ୍ପଷ୍ଟ ।

ଅନ୍ୟପକ୍ଷରେ ଫିକ୍କି (ମଧ୍ୟପ୍ରାଚ୍ୟ ରିଜନ) ଅତିରିକ୍ତ ନିର୍ଦ୍ଦେଶକ ଆଲୋକ ପ୍ରିୟ ଆଜାଦ୍ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୯ତାରିଖରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ଏକ ଘଂଟା ଧରି ରୋଡ୍ ଶୋ’ ହେବ ଓ ଏହାପରେ ନିବେଶକମାନଙ୍କ ସହ ବୈଠକ ଅଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫୦ଜଣଙ୍କ ପଞ୍ଜିକରଣ ଆମକୁ ମିଳିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଇଚ୍ଛୁକ ସଂସ୍ଥା ଓ ପ୍ରତିନିଧିଙ୍କ ସହ ମୁଖ୍ୟ ସଚିବ ସୁରେଶ ମହାପାତ୍ର ୨୭ତାରିଖରେ ବୈଠକ କରିବେ । ତା’ପରେ ୨୯ତାରିଖରେ ଇନଭେଷ୍ଟଟର୍ସ ମିଟ୍ ହେବ ।

ତେବେ, ଦୀର୍ଘ ପ୍ରାୟ ଅଢ଼େଇ ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶା ସରକାର ବିଦେଶ ମାଟିରେ ନିଜର ଇନଭେଷ୍ଟର୍ସ ମିଟ୍ ଆୟୋଜନ କରୁଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନଙ୍କୁ ସେଥିରୁ ଦୂରେଇ ରଖିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ କାର୍ଯ୍ୟକ୍ରମକୁ ‘ସରକାରୀ’ ଦର୍ଶାଇବାକୁ ଚାଲିଥିବା ସୋ-ବାଜିକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story