ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ମୁକ୍ତାପଶି ଗାଁ ନିକଟରେ ୫୩ ନଂ ଜାତୀୟ ରାଜପଥରେ ଏକ ବସ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ବାଇକ ଆରୋହୀ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁର ରତ୍ନାକର ଭୋଇ ଓ ନିରଞ୍ଜନ ଭୋଇ । ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। କଟକରୁ ବିଷ୍ଣୁପ୍ରିୟା […]

BUs

Tapaswini Nayak
  • Published: Saturday, 11 December 2021
  • , Updated: 11 December 2021, 11:42 AM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ମୁକ୍ତାପଶି ଗାଁ ନିକଟରେ ୫୩ ନଂ ଜାତୀୟ ରାଜପଥରେ ଏକ ବସ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଦୁଇ ବାଇକ ଆରୋହୀ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁର ରତ୍ନାକର ଭୋଇ ଓ ନିରଞ୍ଜନ ଭୋଇ । ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। କଟକରୁ ବିଷ୍ଣୁପ୍ରିୟା ନାମକ ଏକ ବସ୍‌ ୪୦ ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ କାମାକ୍ଷାନଗର ଆସୁଥିଲା। ଏହି ସମୟରେ ବଡ଼ମୁକ୍ତାପଶି ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍‌ର କାଚ ଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଏହାସହ ସେମାନେ ରାସ୍ତାରୋକ କରିଥିଲେ। କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

 

Related story