ହାଇୱା ଧକ୍କାରେ ୨ ମୃତ, ଜଣେ ଆହତ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତରିତୋ-କୋଟିଲୋ ନିକଟରେ ହାଇୱା ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଆହତ ଯୁବକଙ୍କ ନାଁ ଶ୍ରୀକାନ୍ତ ଦାସ। ଏ ସମସ୍ତଙ୍କ ଘର ଦାଇଲୋ ଗାଁରେ। ଏମାନେ ସମସ୍ତେ ଲଉଡ଼ି ନୃତ୍ୟଶିଳ୍ପୀ ବୋଲି ଜଣାପଡ଼ିଛି। ଗତକାଲି ଏ ତିନି ଜଣ ସେମାନଙ୍କ ଟିମ୍ ସହିତ ତରିତୋ ଗାଁକୁ ନୃତ୍ୟ ପରିବେଷଣ […]

dead

dead

Jitendra Garnayak
  • Published: Friday, 29 March 2019
  • Updated: 29 March 2019, 09:35 AM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତରିତୋ-କୋଟିଲୋ ନିକଟରେ ହାଇୱା ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତକମାନେ ହେଲେ ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଆହତ ଯୁବକଙ୍କ ନାଁ ଶ୍ରୀକାନ୍ତ ଦାସ। ଏ ସମସ୍ତଙ୍କ ଘର ଦାଇଲୋ ଗାଁରେ। ଏମାନେ ସମସ୍ତେ ଲଉଡ଼ି ନୃତ୍ୟଶିଳ୍ପୀ ବୋଲି ଜଣାପଡ଼ିଛି।

ଗତକାଲି ଏ ତିନି ଜଣ ସେମାନଙ୍କ ଟିମ୍ ସହିତ ତରିତୋ ଗାଁକୁ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ। ନୃତ୍ୟ ପରିବେଷଣ କରି ବିଳମ୍ବିତ ରାତିରେ ସେଠାରୁ ଫେରିବା ବେଳେ ସେମାନଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଜ୍ୟୋତି ରଞ୍ଜନ ଓ ଦିଲ୍ଲୀପ ଗୋଟିଏ ବାଇକ୍‌ରେ ଆସୁଥିବା ବେଳେ ଶ୍ରୀକାନ୍ତ ଅନ୍ୟ ଏକ ବାଇକ୍‌ରେ ଆସୁଥିଲେ। ହାଇୱାଟି ପ୍ରଥମେ ଜ୍ୟୋତି ରଞ୍ଜନ ଓ ଦିଲ୍ଲୀପଙ୍କୁ ଧକ୍କା ଦେଇଥିଲେ। ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତା’ପରେ ହାଇୱାଟି ଶ୍ରୀକନ୍ତଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

[caption id="attachment_360026" align="aligncenter" width="730"]truck ଉତ୍ତ୍ୟକ୍ତ ଲୋକେ ହାଇୱା ସହିତ ଦୁଇଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। [/caption]

ଏହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜାଳି ଦେଇଥିବା ବେଳେ ଏହା ନିକଟରେ ଥିବା ଆଉ ୨ଟି ଟ୍ରକ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ମୃତଦେହ ରଖି ରାସ୍ତା ଅବରୋଧ ବି କରିଥିଲେ। ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଘଟଣାସ୍ଥଳରେ ନେମାଳ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ୍‌ରେ ଲାଗିଥିବା ନିଆଁ ଲିଭାଇଥିଲେ।

ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story