କାର୍‌ରୁ ଡେଇଁ ପଡ଼ିଲେ, ଚାପି ଦେଲା ଟ୍ରକ୍

ଯାଜପୁର (ଓଡ଼ିଶା ରିପୋର୍ଟର): ଅଘଟଣରୁ ବର୍ତ୍ତିବା ପାଇଁ କାରରୁ ଡେଇଁ ପଡ଼ିଲେ। ହେଲେ ଟ୍ରକ୍ ଚାପି ଦେବାରୁ ଜୀବନ ହାରିଲେ। ଆଜି ଦୁଇ ଜଣ ମହିଳାଙ୍କ ସହିତ ଏଭଳି ଏକ ଘଟଣା ଘଟିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ। ମୃତ ମହିଳା ଦ୍ୱୟ ହେଲେ- ଗୀତାଞ୍ଜଳି ପାଢ଼ୀ (୬୬) ଓ ସସ୍ମିତା ପାଢ଼ୀ (୫୨)। ସେମାନେ ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୀତାଞ୍ଜଳି ଓ […]

Car

  • Published: Sunday, 16 October 2022
  • , Updated: 16 October 2022, 11:48 AM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଅଘଟଣରୁ ବର୍ତ୍ତିବା ପାଇଁ କାରରୁ ଡେଇଁ ପଡ଼ିଲେ। ହେଲେ ଟ୍ରକ୍ ଚାପି ଦେବାରୁ ଜୀବନ ହାରିଲେ। ଆଜି ଦୁଇ ଜଣ ମହିଳାଙ୍କ ସହିତ ଏଭଳି ଏକ ଘଟଣା ଘଟିଛି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ।

ମୃତ ମହିଳା ଦ୍ୱୟ ହେଲେ- ଗୀତାଞ୍ଜଳି ପାଢ଼ୀ (୬୬) ଓ ସସ୍ମିତା ପାଢ଼ୀ (୫୨)। ସେମାନେ ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୀତାଞ୍ଜଳି ଓ ସସ୍ମିତା ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସୁଥିଲେ। ବାଟରେ ଛତିଆ ନିକଟରେ ସେମାନେ ଜଳଖିଆ ଖାଇବା ପାଇଁ ଅଟକି ଥିଲେ। ଡ୍ରାଇଭର ଓ ପରିବାରର ଅନ୍ୟମାନେ ଜଳିଖିଆ ଖାଇବାକୁ ଯାଇଥିବା ବେଳେ ଗୀତାଞ୍ଜଳି ଓ ସସ୍ମିତା ଗାଡ଼ିରେ ଥିଲେ। ତେବେ ଡ୍ରାଇଭର ଗାଡ଼ିର ହ୍ୟାଣ୍ଡବ୍ରେକ୍ ଦେବାକୁ ଭୁଲି ଯାଇଥିଲେ। ଫଳରେ ଏନ୍‌ଏଚ୍‌-୧୬ କଡ଼ରେ ଛିଡ଼ା ହୋଇଥିବା ଗାଡ଼ିଟି ହଠାତ୍ ଗଡ଼ିବାକୁ ଆରମ୍ଭ କରିଥିଲା। ଗାଡ଼ିଟି ଏନ୍‌ଏଚ୍‌ ଉପରକୁ ଚାଲି ଯାଇଥିଲା।

ଏହା ଦେଖି ଅଘଟଣରୁ ବର୍ତ୍ତିବା ପାଇଁ ଗୀତାଞ୍ଜଳି ଓ ସସ୍ମିତା ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ତେବେ ସେମାନେ କାରରୁ ଡେଇଁବା ମାତ୍ରେ ପଛରୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।

ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇଛି।

Related story