ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍ ମୁହାଁମୁହିଁ ଧକ୍କା, ୨ମୃତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ): କୋରାପୁଟ-ରାୟଗଡ଼ ୩୨୬ ନଂ ଜାତୀୟ ରାଜପଥର ବାରିଗୁଡା ନିକଟକରେ ଗତକାଲି  ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ  ଯୁବକଙ୍କର ମୃତ୍ୟୁ ହୋଇଛି। ଏକ  ଆମ୍ବବୋଝେଇ ପିକଅପ ଭ୍ୟାନ ସହ ଏକ ବାଇକର ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପିକଅପ ଗାଡିଟିକୁ ଜବତ କରି ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି। ପିକଅପ ଭ୍ୟାନଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ […]

Accident

Accident

Niharika Rout
  • Published: Tuesday, 18 May 2021
  • Updated: 18 May 2021, 08:21 AM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ): କୋରାପୁଟ-ରାୟଗଡ଼ ୩୨୬ ନଂ ଜାତୀୟ ରାଜପଥର ବାରିଗୁଡା ନିକଟକରେ ଗତକାଲି  ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ  ଯୁବକଙ୍କର ମୃତ୍ୟୁ ହୋଇଛି।

ଏକ  ଆମ୍ବବୋଝେଇ ପିକଅପ ଭ୍ୟାନ ସହ ଏକ ବାଇକର ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁଲିସ ପିକଅପ ଗାଡିଟିକୁ ଜବତ କରି ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି। ପିକଅପ ଭ୍ୟାନଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବାଇକଟି ପୋଡ଼ାଗଡ଼ ଅଭିମୁଖେ ଯାଉଥିଲା। ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ମୃତକ ଦ୍ୱୟ ମାଳିମୁଣ୍ଡା ଗ୍ରାମର ଯୁବକ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos