ବଜ୍ରପାତ ନେଲା ଦୁଇ ଜୀବନ, ୪ ଗୁରୁତର

ଖଲ୍ଲିକୋଟ/ଆସିକା (ଶିଲୁ ବିଶ୍ୱାଳ/ମନୋଜ ମୁନୀ): ଘୋଟିଆସିଲା କଳାହାଣ୍ଡିଆ ମେଘ। ଆଉ ତା’ପରେ ଆକାଶରୁ ଖସିଲା ମୃତ୍ୟୁ! ଚାଲିଗଲା ଦୁଇ ଜଣଙ୍କ ଜୀବନ। ୪ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗାଁର ଜୟରାମ ଗୌଡ ଆଜି ଗାଈ ଚରାଇବାକୁ ଯାଇଥିଲେ। ଗାଈ ଚରାଉଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଆଉ ସେହିଠାରେ ଟଳି ପଡ଼ିଥିଲେ ଜୟରାମ। […]

Asika

Manoranjan Sial
  • Published: Thursday, 23 June 2022
  • , Updated: 23 June 2022, 06:06 PM IST

ଖଲ୍ଲିକୋଟ/ଆସିକା (ଶିଲୁ ବିଶ୍ୱାଳ/ମନୋଜ ମୁନୀ): ଘୋଟିଆସିଲା କଳାହାଣ୍ଡିଆ ମେଘ। ଆଉ ତା’ପରେ ଆକାଶରୁ ଖସିଲା ମୃତ୍ୟୁ! ଚାଲିଗଲା ଦୁଇ ଜଣଙ୍କ ଜୀବନ। ୪ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗାଁର ଜୟରାମ ଗୌଡ ଆଜି ଗାଈ ଚରାଇବାକୁ ଯାଇଥିଲେ। ଗାଈ ଚରାଉଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷିବା ସହିତ ବଜ୍ରପାତ ହୋଇଥିଲା। ଆଉ ସେହିଠାରେ ଟଳି ପଡ଼ିଥିଲେ ଜୟରାମ।

ସେହିଭଳି କଞ୍ଚଣା ଗାଁର ସୁମତ ସାହୁ ନିଜ ବାରିରେ କାମ କରୁଥିଲେ। ବର୍ଷା ହେଉଥିବା ଦେଖି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ସେ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ରଘୁନାଥପୁର ଗାଁର ଏନ୍‌. ପୀତାମ୍ବର ପାତ୍ର ଓ ଏସ୍‌. ରଘୁ ପାତ୍ର ଛେଳି ଚରାଇବାକୁ ଯାଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି ବଜ୍ରପାତରେ ଆସିକା ଥାନା ଭେଙ୍କଟରାଇପଲ୍ଲୀ ଗାଁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଭେଙ୍କଟରାଇପଲ୍ଲୀ ଗାଁର ସୁରେନ୍ଦ୍ର ସ୍ୱାଇଁ ଓ ଦେବେନ୍ଦ୍ର ମହାନ୍ତି ଆଜି ଜମିରେ ଚାଷକାମ କରୁଥିଲେ। ବଜ୍ରପାତରେ ଦେବେନ୍ଦ୍ର ଓ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦେବେନ୍ଦ୍ର ମାହାନ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଉ ସୁରେନ୍ଦ୍ର ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Related story