ସଂସାର ଗଢ଼ିବା ଆଗରୁ ଲିଭିଗଲା ସିନ୍ଦୂର

ବୌଦ୍ଧ(ଦୀପକ ଅଦର): ୩ ମାସ ତଳେ ବାହା ହୋଇଥିଲେ। ସ୍ୱାମୀଙ୍କ ସହ ହସଖୁସି ରେ ସମୟ କାଟୁଥିଲେ। ଆଜି ବୌଦ୍ଧ ବଜାର ଯାଇ ଡ୍ରେସ୍ କିଣାକିଣି ସାରି ପତିପତ୍ନୀ ବୁଲେଟରେ ଘରକୁ ଫେରୁଥିଲେ। ହେଲେ ବାଟରେ ଅନ୍ୟ ଏକ ବାଇକ୍ ଧକ୍କାରେ ଚାଲିଯାଇଛି ପତିର ଜୀବନ। ପତ୍ନୀ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଧକ୍କା ଦେଇଥିବା ଅନ୍ୟ ଏକ ବାଇକ୍‌ର ଆରୋହୀଙ୍କ ଜୀବନ ମଧ୍ୟ ଏହି ଦୁର୍ଘଟଣାରେ ଚାଲିଯାଇଛି। ଆଜି ବୌଦ୍ଧ […]

2-byke

2-byke

Niranjan Mishra
  • Published: Friday, 12 August 2022
  • Updated: 12 August 2022, 07:23 PM IST

Sports

Latest News

ବୌଦ୍ଧ(ଦୀପକ ଅଦର): ୩ ମାସ ତଳେ ବାହା ହୋଇଥିଲେ। ସ୍ୱାମୀଙ୍କ ସହ ହସଖୁସି ରେ ସମୟ କାଟୁଥିଲେ। ଆଜି ବୌଦ୍ଧ ବଜାର ଯାଇ ଡ୍ରେସ୍ କିଣାକିଣି ସାରି ପତିପତ୍ନୀ ବୁଲେଟରେ ଘରକୁ ଫେରୁଥିଲେ। ହେଲେ ବାଟରେ ଅନ୍ୟ ଏକ ବାଇକ୍ ଧକ୍କାରେ ଚାଲିଯାଇଛି ପତିର ଜୀବନ। ପତ୍ନୀ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଧକ୍କା ଦେଇଥିବା ଅନ୍ୟ ଏକ ବାଇକ୍‌ର ଆରୋହୀଙ୍କ ଜୀବନ ମଧ୍ୟ ଏହି ଦୁର୍ଘଟଣାରେ ଚାଲିଯାଇଛି। ଆଜି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ଖୁଂଟବନ୍ଧ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ବୌଦ୍ଧ ବାଉଁଶୁଣି ଥାନା ବାଦିକଟା ଗ୍ରାମର ଜଗନ୍ନାଥ ଜଗଦଲ(୨୮) ଓ ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାଶପୁର ରାକ୍ଷାସକୁଟୀ ଗ୍ରାମର ମୁନୁ ସନ୍ନ୍ୟାସୀ(୩୨)। ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳା ହେଉଛନ୍ତି ଜଗନ୍ନାଥଙ୍କ ପତ୍ନୀ ପଦ୍ମାଳୟା ଜଗଦଲ(୨୫)। ସଂସାର ଗଢ଼ିବା ଆଗରୁ ଆଖି ଆଗରେ ଲିଭି ଯାଇଛି ତାଙ୍କ ସିନ୍ଦୂର।

ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୫ଟାରେ ହଠାତ୍ ଜୋର ବର୍ଷାପବନ ମାଡ଼ି ଆସିଥିଲା। ତେଣୁ ଶୀଘ୍ର ଘରେ ପହଞ୍ଚିବା ନିମନ୍ତେ ଜଗନ୍ନାଥ ତାଙ୍କ ପତ୍ନୀଙ୍କ ସହ ଦୃତଗତିରେ ବାଇକ୍‌ରେ ଆସୁଥିଲେ। ଏହି ସମୟରେ ଫୁଲବାଣୀରେ କାମ ସାରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଦୃତଗତିରେ ଗାଡ଼ି ନେଇ ଆସୁଥିଲେ ମୁନୁ। ଏହି ସମୟରେ ରାସ୍ତାରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଦୁଇ ବାଇକ୍ ମୁହାଁମୁହିଁ ପିଟି ହୋଇଥିଲା। ରାସ୍ତାରେ ଛିଟିକି ପଡ଼ି ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ତେବେ ପଦ୍ମାଳୟା ରକ୍ତ ଜୁଡ଼ୁବୁଡ଼ୁ ହୋଇ ରାସ୍ତାରେ ଛଟପଟ ହେଉଥିଲେ। ଖବର ପାଇ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତାହତଙ୍କୁ ଡାକ୍ତରଖାନା ଆଣିଥିଲା। ଏଥିସହ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌କୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ଗୁରୁତର ପଦ୍ମାଳୟାଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story