ଲୁଟୁଥିଲେ, ଧରାପଡ଼ି ଛେଚା ଖାଇଲେ

Ordigital Desk
  • Published: Saturday, 30 December 2017
  • , Updated: 30 December 2017, 06:53 PM IST
<p>ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ୧୫ ଦିନ ତଳେ ଜେଲରୁ ବାହାରି ଜାତୀୟ ରାଜପଥରେ ପୁଣି ଲୁଟୁ କରୁଥିଲେ। ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଛେଚା ଖାଇଲେ। ଆଜି ଏପରି ଏକ ଘଟଣା ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ସୁରୁଅ ଅଞ୍ଚଳରେ ଘଟିଛି। ପୋଲିସ ସେମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p> <p>ବାଲୁଙ୍କେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଆଜି ଏକ ବାଇକରେ ଭୁବନେଶ୍ୱରରୁ ଖଣ୍ଡପଡ଼ା ଯାଉଥିଲେ। ୫୭ ନମ୍ୱର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ସାରୁଅ ନିକଟରେ ଦୁଇ ଜଣ ଯୁବକ ବାଇକ୍&zwnj;ରେ ଆସି ବାଲୁଙ୍କେଶ୍ୱରଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍&zwnj; ଝାମ୍ପି ନେଉଥିଲେ। ଝାମ୍ପିବା ସମୟରେ ଦୁର୍ବୃତ୍ତମାନେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ତେବେ ଚିତ୍କାର ଶୁଣି ରାସ୍ତା ପାଖ ଦୋକାନରେ ବସିଥିଲେ ଲୋକେ ସେମାନଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି। ଦୁଇ ଦୁର୍ବୃତ୍ତ ରାଜପଥରୁ ଲୁଟ୍&zwnj; ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ। ୧୫ ଦିନ ତଳେ ସେମାନେ ଜେଲରୁ ମୁକୁଳିଥିବା ଜଣାପଡ଼ିଛି।</p>

Related story