କାହିଁକି ଗଛରେ ଝୁଲି ପଡ଼ିଲେ ଯୁବକ, ଯୁବତୀ?

ମାଲକାନଗିରି(ଜିତେନ୍ଦ୍ର ବେଉରା): ଘରଠାରୁ ଅନତି ଦୂରରେ କାହିଁକି ଗଛରେ ଝୁଲି ପଡ଼ିଲେ ଯୁବକ ଓ ଯୁବତୀ? ସେମାନେ ଯଦି ପରସ୍ପରକୁ ଭଲ ପାଉଥିଲେ, ତାହାହେଲେ ଝୁଲି ପଡ଼ିଲେ କାହିଁକି? କଣ ସେମାନଙ୍କ ଭଲ ପାଇବାକୁ ମିଳୁନଥିଲା କି ପରିବାର ଲୋକଙ୍କ ସ୍ୱୀକୃତି? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ପୁଲିସ୍‌। ବର୍ତ୍ତମାନ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରିଛି। ମାଲକାନଗିରି ଘର ଏମପିଭି-୯୪ ଥାନା ଅଞ୍ଚଳର ଗୁରୁଦାସ […]

Malkangiri

Manoranjan Sial
  • Published: Monday, 21 February 2022
  • , Updated: 21 February 2022, 04:35 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଘରଠାରୁ ଅନତି ଦୂରରେ କାହିଁକି ଗଛରେ ଝୁଲି ପଡ଼ିଲେ ଯୁବକ ଓ ଯୁବତୀ? ସେମାନେ ଯଦି ପରସ୍ପରକୁ ଭଲ ପାଉଥିଲେ, ତାହାହେଲେ ଝୁଲି ପଡ଼ିଲେ କାହିଁକି? କଣ ସେମାନଙ୍କ ଭଲ ପାଇବାକୁ ମିଳୁନଥିଲା କି ପରିବାର ଲୋକଙ୍କ ସ୍ୱୀକୃତି? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ପୁଲିସ୍‌। ବର୍ତ୍ତମାନ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରିଛି।

ମାଲକାନଗିରି ଘର ଏମପିଭି-୯୪ ଥାନା ଅଞ୍ଚଳର ଗୁରୁଦାସ ବୈରାଗୀ ଏମପିଭି -୫୪ ଥାନା ଅଞ୍ଚଳର ରୀମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ରୀମା ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବେ ବୋଲି କଥା ଦେଇଥିଲେ। ହେଲେ ରବିବାର ରାତି ପ୍ରାୟ ୯ ଟା ବେଳେ ଉଭୟ ଘରୁ ବାଇକ୍‌ରେ ଫେରାର ହୋଇଯାଇଥିଲେ।

ଆଜି ସକାଳେ ଉଭୟଙ୍କ ମୃତଦେହ କାଲିମେଳା ଥାନା ଅନ୍ତର୍ଗତ ଦରିଗୁଡା ନିକଟରେ ଗଛରେ ଝୁଲି ରହିଥିଲା। ଆଉ ପାଖରେ ବାଇକ୍‌ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରେମ ଜନିତରୁ ଉଭୟ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ।

Related story