ନବରଙ୍ଗପୁର(ନବଘନ ବିଶୋୟୀ ) : ପୋଖରୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଦୁଇ ନାବାଳିକା। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି।
ପୋଖରୀରେ ଗୋଡ଼ ଖସିବାରୁ ପ୍ରଥମେ ଉମା ଜାନି ବୁଡି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ମୃତଦେହ ପାଇନଥିଲେ । ଶେଷରେ ଅଗ୍ନିଶମବାହିନୀ ଆସି ଖୋଜାଖୋଜି ପରେ ଦୁଇ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇ ପଠାଯାଇଛି। ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମାମଲାର ତଦନ୍ତ କରୁଛି ପୁଲିସ୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଲି ମାଫିଆଙ୍କ ଦାଦାଗିରି; ପ୍ରତିବାଦ କରିବାରୁ ମୁଣ୍ଡ ଫଟାଇଦେଲେ
ଗାଁର ଯୁବକ ମାନସ କୁମାର ସାହୁ ବିରୋଧ କରିଥିଲେ। ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଦୃତଗତିରେ କ’ଣ ପାଇଁ ଗାଡି ଚଳାଉଛ ବୋଲି ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।
Events & Festivals
ଚନ୍ଦ୍ରଭାଗା ବୁଡ଼ ପାଇଁ ବସିଲା ପ୍ରଥମ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତଙ୍କ ଉପସ୍ଥିତିରେ ଠାକୁରମାନଙ୍କ ଶୋଭାଯାତ୍ରା ଓ ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Crime
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।
Science & Environment
ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍ ଶୀଘ୍ର ହେବ ଟ୍ରାଙ୍କୁଲାଇଜ
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି । ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।
Crime
ଚାଷ ଉଜାଡ଼ି ଦେଲା ଅଦିନିଆ ବର୍ଷା, ଜୀବନ ହାରିଲେ ଚାଷୀ
ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍ ବି କରିଥିଲେ।