ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱରର ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହିଳା। ତାଙ୍କୁ ୪୬ ବର୍ଷ ହୋଇଛି। ସେ ଗାଡ଼କଣା ଅଞ୍ଚଳର ଓ ଆପୋଲୋ ହସ୍ପିଟାଲ୍ର କର୍ମଚାରୀ। ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ନୟାପଲ୍ଲୀ ଅଞ୍ଚଳର। ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଏହି ୩୦ ବର୍ଷୀୟ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
Update on newly detected & cured #COVID19 cases in the last 24 hrs under the BMC area on 12th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/vgAXQn30yl— BMC (@bmcbbsr) June 12, 2020
ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୦ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ବୁଧବାର ଓ ଗୁରୁବାର (୧୦ ଓ ୧୧ ତାରିଖ) ଦିନ ଆପୋଲ ହସ୍ପିଟାଲ୍ରୁ ଯଥାକ୍ରମେ ୩୮ ଓ ୨୫ ବର୍ଷୀୟ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୩୧୫ରେ ପହଞ୍ଚିଛି। ଏହି ୩୧୫ ଜଣଙ୍କ ମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।