ବାଲେଶ୍ୱରର ଆଉ ୨ କରୋନା ରୋଗୀ ଚିହ୍ନଟ, ଦିନକରେ ୬

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ। ଏହି ରୋଗୀ ୨ ଜଣ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୫୫ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ। ଏନେଇ ରାଜ୍ୟ କରୋନା ୱେବସାଇଟ୍‌ରେ ତଥ୍ୟ  ପ୍ରକାଶ ପାଇଛି।  ଏବେ ଏହି ଦୁଇ ଜଣଙ୍କୁ ମିଶାଇ ବାଲେଶ୍ୱରର କୋଭିଡ୍‌ କେଶ ୧୦ରେ ପହଞ୍ଚିଛି। ତେବେ ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ […]

908-1

Tapas Behera
  • Published: Thursday, 23 April 2020
  • , Updated: 23 April 2020, 05:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ। ଏହି ରୋଗୀ ୨ ଜଣ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୫୫ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ। ଏନେଇ ରାଜ୍ୟ କରୋନା ୱେବସାଇଟ୍‌ରେ ତଥ୍ୟ  ପ୍ରକାଶ ପାଇଛି।  ଏବେ ଏହି ଦୁଇ ଜଣଙ୍କୁ ମିଶାଇ ବାଲେଶ୍ୱରର କୋଭିଡ୍‌ କେଶ ୧୦ରେ ପହଞ୍ଚିଛି।

ତେବେ ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ସେପଟେ ଆଜି ଯାଜପୁରରେ  ନୂଆ ୪ ଜଣ ରୋଗୀ ଚିହ୍ନଟ ହୋଇଛି। ଆଜି ଦିନକରେ ମୋଟ ୬ ଜଣ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି।

Related story