ଦୁଇଜଣଙ୍କୁ ଦଳି ଦେଲା ହାତୀ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ହାତୀ ଆକ୍ରମଣରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ଅଞ୍ଚଳରେ। ମୃତକ ଦୁଇ ଜଣ ହେଲେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ଓ କନରସୁଆଁ ଗାଁର କାର୍ତ୍ତିକ ଭୂମିଜ। ସୂଚନା ମୁତାବକ, ଆଜି ସକାଳେ ଗାନ୍ଦୁରୁ ଓରାମ୍ ବଗିଚାରେ କାମ କାରୁଥିବା ବେଳେ ଏକ ଦନ୍ତାହାତୀ ହାବୁଡରେ ପଡିଥିଲେ। ହାତୀଟି ତାଙ୍କ ଉପରକୁ ଆକ୍ରମଣ କରିବା ସହ ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ […]

elephant

Ranjit Kumar Jena
  • Published: Thursday, 19 November 2020
  • , Updated: 19 November 2020, 01:19 PM IST

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ହାତୀ ଆକ୍ରମଣରେ ଚାଲିଗଲା ଦୁଇଜଣଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ଅଞ୍ଚଳରେ। ମୃତକ ଦୁଇ ଜଣ ହେଲେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ଓ କନରସୁଆଁ ଗାଁର କାର୍ତ୍ତିକ ଭୂମିଜ।

ସୂଚନା ମୁତାବକ, ଆଜି ସକାଳେ ଗାନ୍ଦୁରୁ ଓରାମ୍ ବଗିଚାରେ କାମ କାରୁଥିବା ବେଳେ ଏକ ଦନ୍ତାହାତୀ ହାବୁଡରେ ପଡିଥିଲେ। ହାତୀଟି ତାଙ୍କ ଉପରକୁ ଆକ୍ରମଣ କରିବା ସହ ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗାନ୍ଦୁରୁଙ୍କ ମୃତ୍ୟୁ ହୋଇଥିଲା।

ସେହପରି ଗାଁ ନିକଟରେ ବୁଲୁଥିବା ବେଳେ କାର୍ତ୍ତିକଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥଲା। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ତେବେ ଏହି ଘଟଣାରେ ବନବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story