ଦୁଇ ଜଣଙ୍କୁ ଅପହରଣ କରିଛନ୍ତି ନକ୍ସଲ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କୁକୁରକୁଣ୍ଡ ଗାଁରୁ ଦୁଇ ଜଣ ବ୍ୟକ୍ତିଙ୍କୁ ନକ୍ସଲ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କୋବାସୀ ଓ ଉଙ୍ଗା କାଲମାଳି।

ପୁଲିସ୍ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ଉଭୟଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନଙ୍କୁ ଆଉ ଛାଡ଼ି ନଥିବା ଗାଁ ଲୋକେ କହିଛନ୍ତି।