ଡିଲ୍‌ ଚାଲିଥିବା ବେଳେ ରେଡ୍‌, ୨ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ମା’ କଳାପାଟ ମନ୍ଦିର ନିକଟସ୍ଥ ଗଣିଆ-ଚାମୁଣ୍ଡିଆ ରାସ୍ତାରେ ଏସ୍‌ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ କଲରାପତରିଆ ବାଘର ଛାଲ ସହିତ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ତା’ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତରେଇ। ରମେଶର ଘର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ରେ ହୋଇଥିବା ବେଳେ ବିମ୍ବାଧର ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ […]

Handcuffs

Handcuffs

Jitendra Garnayak
  • Published: Sunday, 25 April 2021
  • Updated: 25 April 2021, 01:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ମା’ କଳାପାଟ ମନ୍ଦିର ନିକଟସ୍ଥ ଗଣିଆ-ଚାମୁଣ୍ଡିଆ ରାସ୍ତାରେ ଏସ୍‌ଟିଏଫ୍ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ କଲରାପତରିଆ ବାଘର ଛାଲ ସହିତ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ତା’ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରମେଶ ପ୍ରତିହାରୀ ଓ ବିମ୍ବାଧର ତରେଇ। ରମେଶର ଘର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ରେ ହୋଇଥିବା ବେଳେ ବିମ୍ବାଧର ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବେଠିଆ ସାହିର ବାସିନ୍ଦା।

ଶନିବାର ଏହି ରାସ୍ତାରେ ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌। ଆଉ ଚଢ଼ାଉ ବେଳେ ବାଘ ଛାଲ ଓ ହାତୀ ଦାନ୍ତ ସହିତ ଦୁଇ ଅଭିଯୁକ୍ତ ଧରାପଡ଼ିଥିଲେ।

[caption id="attachment_638472" align="aligncenter" width="650"]Tiger Skin ଜବତ ବାଘ ଛାଲ[/caption]

କେମିକାଲ୍‌ ପରୀକ୍ଷା ପାଇଁ ଜବତ ବାଘ ଛାଲ ଓ ହାତୀ ଦାନ୍ତ ଦୁଇଟିକୁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି। ତା’ସହିତ ଘଟଣାର ଅଧିକ ତଦନ୍ତ କରାଯାଉଛି।

ଗତ ବର୍ଷେ ଭିତରେ ଏସ୍‌ଟିଏଫ୍‌ ୧୩ଟି କଲରାପତରିଆ ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଓ ବଜ୍ରକାପ୍ତାର ୫ କେଜି କାତି ଜବତ କରିଛି। ମୋଟ ୧୫ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୭ ଜଣଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ଶିକାର ତଥା ବେଆଇନ ଭାବେ ବନ୍ୟଜନ୍ତୁ ସାମଗ୍ରୀ କିଣାବିକା କରୁଥିବା ଲୋକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଏସ୍‌ଟିଏଫ୍‌କୁ ଏହି ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story