ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ଜୀବନ

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ବାଇକରେ ଯାଉଥିବା ବେଳେ ଗୋଟିଏ ଟ୍ରକ୍‌ ପିଟିଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ଅମ୍ୱାଦଳା ଗାଁର ବୈଷ୍ଣବ ପିରିବାକା ଓ ବିଷମକଟକ ବୁର୍ଜୁ ହିକକା ବିଷମକଟକରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲେ। ପୋଟାମୁଣ୍ଡା ନିକଟରେ ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ […]

accident-in-muniguda

Manoranjan Sial
  • Published: Wednesday, 10 April 2019
  • , Updated: 10 April 2019, 05:57 PM IST

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ବାଇକରେ ଯାଉଥିବା ବେଳେ ଗୋଟିଏ ଟ୍ରକ୍‌ ପିଟିଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।

ଅମ୍ୱାଦଳା ଗାଁର ବୈଷ୍ଣବ ପିରିବାକା ଓ ବିଷମକଟକ ବୁର୍ଜୁ ହିକକା ବିଷମକଟକରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲେ। ପୋଟାମୁଣ୍ଡା ନିକଟରେ ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।

Related story