ଗୋଟେ ପ୍ରେମ ଏକାଠି ହେଲା, କିଛି ନ କହି କିଛି ନ ଶୁଣି

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ମନର ଭାବନା ପରିପ୍ରକାଶ କରିବା ପାଇଁ ଭାଷା ଏକ ବଡ଼ ମାଧ୍ୟମ। ହେଲେ ଏଠି କେହି କାହାକୁ କିଛି କହିପାରୁ ନାହାନ୍ତି ସତ, କିନ୍ତୁ ଠାରରେ ଠାରରେ ଦେଇ ବସିଛନ୍ତି ମନ‌। ଆଉ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ଦେଇଛନ୍ତି ସ୍ୱୀକୃତି। ଏପରି ନିଆରା ପ୍ରେମ ପକ୍ଷୀ ହେଉଛନ୍ତି କିଶାନ ଓ ବିଷ୍ଣୁପ୍ରିୟା। ଉଭୟ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି। ହେଲେ ଆଜି ଦିହେଁ ଦିହିଙ୍କର ହେବେ ଜୀବନ ସାଥୀ। ଖୋର୍ଦ୍ଧା ଜିଲ୍ଲା […]

khurda

khurda

Manoranjan Sial
  • Published: Saturday, 06 March 2021
  • Updated: 06 March 2021, 05:23 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ମନର ଭାବନା ପରିପ୍ରକାଶ କରିବା ପାଇଁ ଭାଷା ଏକ ବଡ଼ ମାଧ୍ୟମ। ହେଲେ ଏଠି କେହି କାହାକୁ କିଛି କହିପାରୁ ନାହାନ୍ତି ସତ, କିନ୍ତୁ ଠାରରେ ଠାରରେ ଦେଇ ବସିଛନ୍ତି ମନ‌। ଆଉ ପରିବାର ସେମାନଙ୍କ ପ୍ରେମ ସମ୍ପର୍କକୁ ଦେଇଛନ୍ତି ସ୍ୱୀକୃତି। ଏପରି ନିଆରା ପ୍ରେମ ପକ୍ଷୀ ହେଉଛନ୍ତି କିଶାନ ଓ ବିଷ୍ଣୁପ୍ରିୟା। ଉଭୟ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି। ହେଲେ ଆଜି ଦିହେଁ ଦିହିଙ୍କର ହେବେ ଜୀବନ ସାଥୀ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ତଳସାହିର କିଶାନ ନାୟକ। କଥା କହିପାରୁ ନାହାନ୍ତି କି ଶୁଣି ପାରୁନାହାନ୍ତି। ସେ ନେହେରୁ ସେବା ସଦନରେ ପାଠ ପଢ଼ୁଥିଲେ। ସେଠାରେ ପାଠ ପଢ଼ୁଥିବା ବେଳେ ସେ ତାଙ୍କର ଜଣେ ଜୁନିୟରଙ୍କୁ ମନ ଦେଇ ବସିଲେ। ସେ ହେଉଛନ୍ତି ଟାଙ୍ଗୀ ପଣଷାପାଟଣାର ବିଷ୍ଣୁପ୍ରିୟା ବେହେରା। ସେ ମଧ୍ୟ କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତିନି। ବିଷ୍ଣୁପ୍ରିୟା ମଧ୍ୟ କିଶାନଙ୍କୁ ବହୁତ ଭଲ ପାଇଲେ।

[caption id="attachment_625035" align="aligncenter" width="650"]khurda ବିବାହ ଉତ୍ସବରେ ଯୋଗଦେଇଥିବା ବନ୍ଧୁ ଓ ବାନ୍ଧବ[/caption]

ନେହେରୁ ସେବା ସଦନରେ ପାଠ ପଢ଼ା ସରିବା ପରେ କିଶାନ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରୁ ଟେକ୍ନିକାଲ୍‌ ପାଠ ପଢ଼ିବା ପରେ କେରଳ ଚାଲିଗଲେ। ସେଠାରେ ଏବେ ଚାକିରି କରୁଛନ୍ତି କିଶାନ। କିନ୍ତୁ କେବେ ହେଲେ ଭୁଲି ପାରିନଥିଲେ ଦିଲ୍‌ର ଧଡକନ୍‌ଙ୍କୁ। ଉଭୟ କଥା ହୋଇନପାରିଲେ କଣ ହେଲା ଭିଡିଓ କଲ୍‌ରେ ସେୟାର କରୁଥିଲେ ମନର ଭାଷା। ଆଉ ତା’ପରେ ବିଷ୍ଣୁପ୍ରିୟା ନିଜ ସାତ ଜନମର ସାଥୀ ସମ୍ପର୍କରେ ବାପା ମୂରଲୀଧରଙ୍କୁ କହିଥିଲେ।

ଝିଅଠାରୁ ସବୁ କଥା ଶୁଣିବା ପରେ କିଶାନଙ୍କ ବାପାଙ୍କୁ ସବୁ କଥା କହିଥିଲେ ମୂରଲୀ। ଉଭୟ ପିତାଙ୍କ କଥାବାର୍ତ୍ତା ପରେ ବିବାହ ପାଇଁ ତିଥି ସ୍ଥିର ହୋଇଥିଲା। ବିବାହ ପାଇଁ ବ୍ୟାଣ୍ଡ ଓ ବାରାତ ଧରି କିଶାନ୍‌ ଟିକିରାଈ ମନ୍ଦିରକୁ ଆସିଥିଲେ। ଆଉ ସେଠାରେ ସ୍ୱାଗତ କରିଥିଲେ ବିଷ୍ଣୁପ୍ରିୟାଙ୍କ ପରିବାର ଲୋକେ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହର ରୂପ ନେଲା। ହାତକୁ ଦୁଇ ହାତ ହେଲେ କିଶାନ୍‌ ଓ ବିଷ୍ଣୁପ୍ରିୟା। ଟିକିରାଈ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।

କିଶାନ୍‌ ଓ ବିଷ୍ଣୁପ୍ରିୟାଙ୍କ ବିବାହ ଉତ୍ସବରେ ଉଭୟଙ୍କ ପରିବାର ଓ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିଥିବାରୁ ବେଶ୍‌ ଖୁସି ଥିଲେ। ସେମାନେ ଏତେ ଖୁସି ଥିଲେ ଯେ, ନିଜର ମନର ପରିଭାଷା କହିପାରୁ ନାହାନ୍ତି ସତ ହେଲେ ମୁହଁରେ ସବୁକିଛି ପ୍ରତିଫଳିତ ହେଉଥିଲା। ନୂଆ ଜୀବନ ଆରମ୍ଭ କରୁଥିବାରୁ ଉଭୟଙ୍କୁ ଅଲ୍‌ ଦି ବେଷ୍ଟ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story