ହାତ ଧରାଧରି ହୋଇ ପାଣିରେ ବୁଡ଼ିଗଲେ ଦୁଇ ଭଉଣୀ

ବାଲେଶ୍ୱର(ରଣଜିତ୍‌ ପାକଳ) ଦୁଇ ଭଉଣୀଙ୍କ ସଲିଳ ସମାଧି । ବାଲେଶ୍ୱର ସଦରଥାନାରେ  ରସାଳପୁର ଗାଁରେ ଏହି ଅଘଟଣ ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଉଭୟେ ବୁଡ଼ି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେମାନେ ହେଲେ ୧୨ ବର୍ଷର ଉର୍ମିଳା ଦାସ ଓ ୧୪ ବର୍ଷର ପୂର୍ଣ୍ଣିମା ଦାସ। ଉଭୟେ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୨ ଭଉଣୀ ନିଜ ଘରଠାରୁ ଅଧାକିଲୋମିଟର ଦୂର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। […]

riu

riu

Tapas Behera
  • Published: Monday, 13 May 2019
  • Updated: 13 May 2019, 06:19 PM IST

Sports

Latest News

ବାଲେଶ୍ୱର(ରଣଜିତ୍‌ ପାକଳ) ଦୁଇ ଭଉଣୀଙ୍କ ସଲିଳ ସମାଧି । ବାଲେଶ୍ୱର ସଦରଥାନାରେ  ରସାଳପୁର ଗାଁରେ ଏହି ଅଘଟଣ ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଉଭୟେ ବୁଡ଼ି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେମାନେ ହେଲେ ୧୨ ବର୍ଷର ଉର୍ମିଳା ଦାସ ଓ ୧୪ ବର୍ଷର ପୂର୍ଣ୍ଣିମା ଦାସ।

ଉଭୟେ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୨ ଭଉଣୀ ନିଜ ଘରଠାରୁ ଅଧାକିଲୋମିଟର ଦୂର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସାଥୀରେ ଜେଜେ ମା’ ମଧ୍ୟ ଥିଲେ। ତେବେ ୩ ଜଣ ଯାକ ଗାଧୋଉଥିଲା ବେଳେ ଦୁଇ ଭଉଣୀ ମଧ୍ୟରୁ ଜଣେ ଟିକେ ଦୂରକୁ ଚାଲି ଯାଇଥିଲେ।

ତେବେ ସେ ବିପଦରେ ପଡ଼ିଥିବା ଦେଖି ତାଙ୍କ ଭଉଣୀ ତାଙ୍କୁ ଉଦ୍ଧାର ପାଇଁ ଯାଇ ସେ ବି ମଧ୍ୟ ବୁଡ଼ିଯାଇଥିଲେ। ଏହି ସମୟରେ ଜେଜେ ମା’ ଜଣକ ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ବୃଦ୍ଧା ଜଣକ ଆସି ପରିବାର ଲୋକେ ଓ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଯାଇ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos