ମାଲକାନଗିରି(ଜିତେନ୍ଦ୍ର ବେଉରା): ପାଣିରେ ବୁଢି ଚାଲିଗଲା ଦୁଇ ଭଉଣୀଙ୍କର ଜୀବନ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଞ୍ଚୟତ ମୁକାନପାଲ୍ଲୀ ଗାଁରୁ। ମୃତ ଦୁଇ ଶିଶୁମାନଙ୍କର ମଧ୍ୟରୁ ଜଣଙ୍କର ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ୬ ବର୍ଷ ବୋଲି ଜଣାପଡିଛି।
ମୁକାନପାଲ୍ଲୀ ଗାଁର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ୫୦୦ ମିଟର ଦୂରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିଲେ। ସାଙ୍ଗରେ ଦୁଇ ଝିଅକୁ ନେଇଯାଇଥିଲେ। ମା’ ବିଲରେ ଧାନ କାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ନିକଟରେ ବସି ଖେଳୁଥିଲେ। ଖେଳୁଖେଳୁ ଦୁଇ ଭଉଣୀ ପାଣିରେ ପଡି ଯାଉଥିଲେ।
କିଛି ସମୟ ପରେ ମା’ ବିଲରୁ ଆସି ଦୁଇ ଝିଅଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ପାଇନଥିଲେ। କିଛି ସମୟ ପରେ ପାଣିରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।