ଦୁଃଖ ଦେଲା ଭାରିଗଦା ପ୍ରକଳ୍ପ: ଦୁଇ ଭାଇ ଜେଲ୍‌ରେ, ଦିଅର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଉଜ

ଆଳି (ବନମାଳି ସାହୁ): ଦୁଃଖ ଦେଇଗଲା ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ! ଭଙ୍ଗାରୁଜା ମାମଲାରେ ଗିରଫ ହୋଇ ଦୁଇ ଭାଇ ଜେଲ୍‌। ସେପଟେ ଦୁଇ ଭାଇଙ୍କୁ ଜେଲ୍‌ରୁ ମୁକୁଳାଇ ନପାରି ଜୀବନ ହାରିଦେଲେ ସାନଭାଇ। ଏବେ ଦିଅରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି ଦୁଇ ଭାଉଜ ଓ ମାଆ। ଏପରି ଦାରୁଣ ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ। ଗତମାସ ୧୨ ତାରିଖରେ ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ ଭଙ୍ଗାରୁଜା ମାମଲାରେ […]

Kendrapara

Kendrapara

Manoranjan Sial
  • Published: Saturday, 18 September 2021
  • Updated: 18 September 2021, 10:34 PM IST

Sports

Latest News

ଆଳି (ବନମାଳି ସାହୁ): ଦୁଃଖ ଦେଇଗଲା ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ! ଭଙ୍ଗାରୁଜା ମାମଲାରେ ଗିରଫ ହୋଇ ଦୁଇ ଭାଇ ଜେଲ୍‌। ସେପଟେ ଦୁଇ ଭାଇଙ୍କୁ ଜେଲ୍‌ରୁ ମୁକୁଳାଇ ନପାରି ଜୀବନ ହାରିଦେଲେ ସାନଭାଇ। ଏବେ ଦିଅରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରକୁ ଘର ବୁଲି ଭିକ ମାଗୁଛନ୍ତି ଦୁଇ ଭାଉଜ ଓ ମାଆ। ଏପରି ଦାରୁଣ ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ।

ଗତମାସ ୧୨ ତାରିଖରେ ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ ଭଙ୍ଗାରୁଜା ମାମଲାରେ ରାଜକନିକା ଅଚ୍ୟୁତପୁର ଗାଁର ଗୋଟିଏ ପରିବାରର ୨ ରୋଜଗାରିଆ ଭାଇ ଅନିରୁଦ୍ଧ ମଲ୍ଲିକ ଓ ଶଙ୍କର୍ଷଣ ମଲ୍ଲିକଙ୍କୁ ପୁଲିସ ରାତି ଅଧିଆ ଗିରଫ କରି ଜେଲ ପଠାଇ ଦେଇଛି। ଭାଇମାନଙ୍କ ଗିରଫ କଥା ଶୁଣି ବେଙ୍ଗଲୁରୁରେ ଥିବା ସବା ସାନ ଭାଇ ରବୀନ୍ଦ୍ର ମଲ୍ଲିକ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଦୁଇ ଭାଇଙ୍କୁ ମୁକୁଳାଇ ପାରିନଥିଲେ। ଶେଷରେ ସେ ଗତ ୮ ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏଭଳି ଦାରୁଣ ଦୁଃଖ ସମୟରେ ଘରେ କୌଣସି ପୁରୁଷ ନଥିଲେ। ଖାଇବାକୁ ନପାଇ ମାସାଧିକ କାଳ ଘରେ ଉପାସରେ ରହିଥିଲେ। ଆଉ ଏବେ ମୃତ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ମାଆ ଓ ଦୁଇ ଭାଉଜ ଏବଂ ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି।

ମୃତ ରବୀନ୍ଦ୍ରଙ୍କ ପତ୍ନୀ ଗୀତାଞ୍ଜଳି ମଲ୍ଲିକ କହିଛନ୍ତି-“ଦେଢ଼ ମାସ ହେବ ଦୁଇ ଭାଇ ଜେଲ୍‌ରେ ଅଛନ୍ତି। ମୋ ସ୍ୱାମୀ ବାଙ୍ଗାଲୁରୁରେ ରୁହନ୍ତି। ଦୁଇ ଭାଇ ଜେଲ୍‌ରେ ରହିବା କଥା ଶୁଣି ସେ ବହୁତ ଭାଙ୍ଗି ପଡ଼ିଥିଲେ। ତିନିଟା ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉନଥିଲା। ସେଥିପାଇଁ ଟେନ୍‌ସନ୍‌ରେ ଆତ୍ମହତ୍ୟା କରିଛନ୍ତି। ଖାଇବା ପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ। ଶୁଦ୍ଧିକ୍ରିୟା ହେବା ପାଇଁ ଆମ ପାଖରେ ସକ୍ଷମ ନାହିଁ। ଘରେ କେହି ପୁରୁଷ ନଥିବାରୁ ମୋର ଦୁଇ ଯାଆ ଓ ଶାଶୁ ଗାଁକୁ ଗାଁ ବୁଲି ଭିକ୍ଷାବୃତ୍ତି କରୁଛନ୍ତି।”

ମୃତ ରବୀନ୍ଦ୍ରଙ୍କ ଭାଉଜ ଅହଲ୍ୟା ମଲ୍ଲିକ କହିଛନ୍ତି-“ତିନି ଖଣ୍ଡ ଗାଁ ଓ ରାସ୍ତା ଉପରେ ବୁଲି ଭିକ ମାଗିଛି। ୭ରୁ ୮୦୦ ଖଣ୍ଡେ ଟଙ୍କା ଆଦାୟ କରିଛି। ସେଥିରେ ଶୁଦ୍ଧିକ୍ରିୟା ହେବନାହିଁ। ୧୧ ଦିନ ପର୍ଯ୍ୟନ୍ତ ବୁଲି ମାଗିବି। ଭିକ ମାଗି ଯାହା ପାଇବି, ସେଥିରେ କ୍ରିୟାକର୍ମ କରିବୁ।”

ଭାରିଗଦା ସରପଞ୍ଚ ପ୍ରଦୀପ ମଲ୍ଲିକ କହିଛନ୍ତି-“ରବୀନ୍ଦ୍ରଙ୍କ ମୃତଦେହ ଆଣିବା ପାଇଁ କେହି ସାହାଯ୍ୟ ସହଯୋଗ କଲେନାହିଁ। ମୃତଦେହକୁ ସେଠାରେ ସତ୍କାର କରାଗଲା। ବର୍ତ୍ତମାନ ଶୁଦ୍ଧି ହେବା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ। ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଉଚିତ ବିଚାର କରାଯାଇନାହିଁ। ଭଙ୍ଗାରୁଜା ମାମଲାରେ ଦୁଇ ଭାଇଙ୍କ ସମ୍ପୃକ୍ତି ନଥାଇ ଗିରଫ କରାଯାଇଛି। ସେମାନଙ୍କୁ ଉଚିତ ନ୍ୟାୟ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story