ଆମ ଦୁଇ ଭଉଣୀଙ୍କ ସହ ଏମିତି କଲେ ଦୁର୍ବୃତ୍ତ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର ): ବଢ଼ୁଛି ଅରାଜକତା। ସୀମା ଲଂଘିଲେ ଦୁର୍ବୃତ୍ତ। ପ୍ରଥମେ ଅସଦାଚରଣ କଲେ। ଆଉ ଅଭିଯୋଗ କରିବାକୁ ଗଲା ବେଳେ ଅମାନୁଷିକ ଭାବେ ମାଡ଼ ମାରିଲେ। ଦୁଇ ଭଉଣୀଙ୍କୁ ଗାଁ ଦାଣ୍ଡରେ ହୋଇଛି  ମାଡ଼ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ହରିପୁର ଶାସନରେ ଘଟଛି ଏଭଳି ଘଟଣା। ଏପରିକି ପୀଡିତାଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପଶି ଘର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଜୀବନ ପ୍ରତି  ବିପଦ ଥିବାରୁ ଥିବାରୁ ପୀଡିତାଙ୍କ ପରିବାର ୩ଦିନ […]

890

Tapas Behera
  • Published: Monday, 29 June 2020
  • , Updated: 29 June 2020, 05:45 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର ): ବଢ଼ୁଛି ଅରାଜକତା। ସୀମା ଲଂଘିଲେ ଦୁର୍ବୃତ୍ତ। ପ୍ରଥମେ ଅସଦାଚରଣ କଲେ। ଆଉ ଅଭିଯୋଗ କରିବାକୁ ଗଲା ବେଳେ ଅମାନୁଷିକ ଭାବେ ମାଡ଼ ମାରିଲେ। ଦୁଇ ଭଉଣୀଙ୍କୁ ଗାଁ ଦାଣ୍ଡରେ ହୋଇଛି  ମାଡ଼ ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ହରିପୁର ଶାସନରେ ଘଟଛି ଏଭଳି ଘଟଣା। ଏପରିକି ପୀଡିତାଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପଶି ଘର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଜୀବନ ପ୍ରତି  ବିପଦ ଥିବାରୁ ଥିବାରୁ ପୀଡିତାଙ୍କ ପରିବାର ୩ଦିନ ହେବ ଗାଁ ନ ଯାଇ ଏଣେ ତେଣେ ବୁଲୁଛନ୍ତି। ଅନ୍ୟପଟେ ଘଟଣାଟି ଜୁନ ୨୫ ତାରିଖରେ ଘଟିଥିବା ବେଳେ ଥାନାରେ ଏତଲାପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇ ଥିଲେ ।

ଏ ସଂପର୍କରେ  ଖୋର୍ଦ୍ଧା ଏସପିଙ୍କୁ ଭେଟି  ଅଭିଯୋଗ କରିବା ସହ ଘଟଣାର ଅନୁସନ୍ଧାନ  କରିବାକୁ  ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଅନ୍ୟଏକ ମାମଲା ରୁଜୁ ହୋଇଛି।  ଘଟଣାର ଅନୁସନ୍ଧାନ ହେବ ବୋଲି କହିଛନ୍ତି ଏସପି ।

Related story