ବାପାଙ୍କ ମୃତଦେହ ଧରି ରାସ୍ତାରେ ବସିଲେ ଦୁଇ ପୁଅ

ପାରାଦୀପ (ରମାକାନ୍ତ ନାୟକ): ବାପାଙ୍କ ମୃତଦେହ ଧରି ରାସ୍ତାରେ ବସିଲେ ଦୁଇ ପୁଅ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ମୃତଦେହ ସଂସ୍କାର କରିଥିବା ଜଣାପଡ଼ିଛି। ଗତକାଲି ଗଡ଼କୁଜଙ୍ଗ JSW ପାଇଁ ଜନ ଶୁଣାଣି ହୋଇଥିଲା। ଏଥିରେ ଯୋଗଦେଇଥିଲେ ଚଟୁଆ ଗାଁର ରବୀନ୍ଦ୍ର ଖୁଣ୍ଟିଆ ଯାଇଥିଲେ। ଜନଶୁଣାଣି ସରିବା ପରେ ସେ ଜଣଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଚଟୁଆ ଗାଁ ପୂର୍ବରୁ ପେଟ୍ରୋଲ୍‌ ପମ୍ପ ନିକଟରେ […]

two-son-protest-on-the-road

Manoranjan Sial
  • Published: Saturday, 21 December 2019
  • , Updated: 21 December 2019, 07:40 PM IST

ପାରାଦୀପ (ରମାକାନ୍ତ ନାୟକ): ବାପାଙ୍କ ମୃତଦେହ ଧରି ରାସ୍ତାରେ ବସିଲେ ଦୁଇ ପୁଅ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ମୃତଦେହ ସଂସ୍କାର କରିଥିବା ଜଣାପଡ଼ିଛି।

ଗତକାଲି ଗଡ଼କୁଜଙ୍ଗ JSW ପାଇଁ ଜନ ଶୁଣାଣି ହୋଇଥିଲା। ଏଥିରେ ଯୋଗଦେଇଥିଲେ ଚଟୁଆ ଗାଁର ରବୀନ୍ଦ୍ର ଖୁଣ୍ଟିଆ ଯାଇଥିଲେ। ଜନଶୁଣାଣି ସରିବା ପରେ ସେ ଜଣଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଚଟୁଆ ଗାଁ ପୂର୍ବରୁ ପେଟ୍ରୋଲ୍‌ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ବାଇକ୍‌ ଚାଳକ ଓ ରବୀନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ କୁଜଙ୍ଗ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବୀନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଗାଁରେ ପହଞ୍ଚିଥିଲା ରବିନ୍ଦ୍ରଙ୍କ ମୃତଦେହ।

ଆଜି ଗାଁରେ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଦୁଇ ପୁଅ ରବୀନ୍ଦ୍ରଙ୍କ ମୃତଦେହକୁ ରାସ୍ତାରେ ରଖି ଧାରଣାରେ ବସିଥିଲେ। ସଞ୍ଜ ବେଳେ ଏରସମା ତହସିଲଦାର ଅଞ୍ଜଳି ତରାଇ ଓ କୁଜଙ୍ଗ ଆଇଆଇସି ଦିଲ୍ଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ରେଡ୍‌କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

Related story