ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାରୁ ଛାତ୍ରୀଙ୍କୁ ନିସ୍ତୁକ ମାଡ଼

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାକୁ ଦୁଇ ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷୟିତ୍ରୀ। ଏ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ ଅନ୍ତର୍ଗତ ମହକୁଡ଼ପାଲି ପ୍ରାଥମିକ ବିଦ୍ୟାଳୟରେ। ଏ ନେଇ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀଙ୍କ ଶରୀରରେ ମାଡ଼ ଦାଗ ରହିଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]

chawal

Jitendra Garnayak
  • Published: Tuesday, 26 February 2019
  • , Updated: 26 February 2019, 10:14 AM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ନେଇ ଅଭିଯୋଗ କରିବାକୁ ଦୁଇ ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷୟିତ୍ରୀ। ଏ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ ଅନ୍ତର୍ଗତ ମହକୁଡ଼ପାଲି ପ୍ରାଥମିକ ବିଦ୍ୟାଳୟରେ।

ଏ ନେଇ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀଙ୍କ ଶରୀରରେ ମାଡ଼ ଦାଗ ରହିଛି। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

[caption id="attachment_344808" align="aligncenter" width="750"] ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଗୋଡ଼ରେ ମାଡ଼ ଦାଗ[/caption]

ଅଭିଯୋଗ ଅନୁଯାୟୀ, ଗତକାଲି ସ୍କୁଲ୍‌ରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଭାତରୁ ଚୁଟି ବାହାରିଥିଲା। ଏ ନେଇ ତୃତୀୟ ଶ୍ରେଣୀର ଦୁଇ ଜଣ ଛାତ୍ରୀ ଅଭିଯୋଗ କରିଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜସ୍ମିନ କୌଶଳ ସେମାନଙ୍କୁ ବେତରେ ପିଟି ଥିଲେ।

ତେବେ ଜଣେ ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଥିବା ବେଳେ ଅନ୍ୟ ଛାତ୍ରୀ ଜଣଙ୍କ କୌଣସି ଅଭିଯୋଗ କରି ନାହାନ୍ତି।

[caption id="attachment_344809" align="aligncenter" width="750"] ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ହାତରେ ମାଡ଼ ଦାଗ[/caption]

ଏହି ଅଭିଯୋଗ ନେଇ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ କହିଛନ୍ତି,“ଘଟଣାର ତଦନ୍ତ କରାଯିବ। ତଦନ୍ତ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story