୨ ସୁପାରୀକିଲରଙ୍କୁ ବାନ୍ଧିଲା ପୁଲିସ, ମାଷ୍ଟର ମାଇଣ୍ଡ ପତ୍ନୀ ଏବେ ଜେଲ୍‌ରେ

ମୋହନା (ମିହିର ଯତି): ପ୍ରେମିକ ସହ ମିଶି ସିପାରୀକିଲ ମାଧ୍ୟମରେ ପତିକୁ ହତ୍ୟା କରିଥିଲା ପତ୍ନୀ। ଏହି ଘଟଣା ଅଡବା ଥାନା ପୁଲିସ ଆଜି ୨ ସୁପାରୀକିଲରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆସ୍କାର ପ୍ରମୋଦ ବେହେରା ଓ ହିଞ୍ଜିଳିକାଟୁ ଅନିଲ ବେହେରା। ତେବେ ଅନ୍ୟ ଜଣେ ଫେରାର ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମୁନିଗୁଡା ଗୁପ୍ତା କଲୋନୀ ଘର ଭଡ଼ା ନେଇ ରୁହନ୍ତି ଯୁବରାଜ ଚଣ୍ଡି, […]

mohana

mohana

Manoranjan Sial
  • Published: Tuesday, 21 April 2020
  • Updated: 21 April 2020, 05:41 PM IST

Sports

Latest News

ମୋହନା (ମିହିର ଯତି): ପ୍ରେମିକ ସହ ମିଶି ସିପାରୀକିଲ ମାଧ୍ୟମରେ ପତିକୁ ହତ୍ୟା କରିଥିଲା ପତ୍ନୀ। ଏହି ଘଟଣା ଅଡବା ଥାନା ପୁଲିସ ଆଜି ୨ ସୁପାରୀକିଲରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆସ୍କାର ପ୍ରମୋଦ ବେହେରା ଓ ହିଞ୍ଜିଳିକାଟୁ ଅନିଲ ବେହେରା। ତେବେ ଅନ୍ୟ ଜଣେ ଫେରାର ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମୁନିଗୁଡା ଗୁପ୍ତା କଲୋନୀ ଘର ଭଡ଼ା ନେଇ ରୁହନ୍ତି ଯୁବରାଜ ଚଣ୍ଡି, ତାଙ୍କ ପତ୍ନୀ ପୁଷୁ(ଛଦ୍ମନାମ) ଓ ଦୁଇ ପିଲା। ପୁଷୁକୁ ଯୁବରାଜ ପ୍ରେମ ବିବାହ କରିଥିଲେ। ସ୍ୱାମୀଙ୍କ ଅଜାଣତରେ ପୁଷୁ ଜଣେ ଫଳ ବେପାରୀ ସୁଜିତ ମହାପାତ୍ରଙ୍କୁ ପ୍ରେମ କରୁଥିଲେ। ଏକଥା ଜଣାପଡ଼ିବା ପରେ ପରିବାର ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ଶେଷରେ ପତ୍ନୀ ପୁଷୁ ଓ ପ୍ରେମିକ ମିଶି ତିନି ଜଣ ସୁପାରୀକିଲରଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟା ପାଇଁ ଯୋଜନା କରିଥିଲେ। ଶେଷରେ ଡିସେମ୍ୱର ୩୧ ତାରିଖ ରାତିରେ ଯୁବରାଜ ଚଣ୍ଡିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ପୁଲିସ ପୁଷୁ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos