ନନାଙ୍କ ଚାଳ ଘରେ ମଧ୍ୟାହ୍ନ ଭୋଜନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ନୀଳଗିରି (ବିଶ୍ୱମ୍ଭର ଦାସ): ନନାଙ୍କ ଅତି ପ୍ରିୟ ଚାଳ ଘରେ ଆଜି ମଧ୍ୟାହ୍ନ ଭୋଜନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଉ ଅତିଥିଙ୍କୁ ଆତିଥେୟ ଦେଇଥିଲେ ନନାଙ୍କ ଭଉଣୀ, ଭାଣିଜୀ ଓ ସମ୍ପର୍କୀୟ। ସେମାନେ ଅତିଥିଙ୍କ ପାଇଁ ତିଆରି କରିଥିଲେ ନ’ ତିଅଣ ନ’ ଭଜା। ଅତିଥିମାନେ ଭୋଜନ କରିବା ପରେ ବେଶ୍‌ ଖୁସି ହୋଇଥିଲେ। ବଣ ପାହାଡ଼ ଘେରା ନୀଳଗିରିକୁ ରେଳ ନେଟ୍‌ୱର୍କରେ ସଂଯୋଗ କରିବା ପାଇଁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର […]

Rail Minister

Manoranjan Sial
  • Published: Friday, 07 January 2022
  • , Updated: 07 January 2022, 06:16 PM IST

ନୀଳଗିରି (ବିଶ୍ୱମ୍ଭର ଦାସ): ନନାଙ୍କ ଅତି ପ୍ରିୟ ଚାଳ ଘରେ ଆଜି ମଧ୍ୟାହ୍ନ ଭୋଜନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଉ ଅତିଥିଙ୍କୁ ଆତିଥେୟ ଦେଇଥିଲେ ନନାଙ୍କ ଭଉଣୀ, ଭାଣିଜୀ ଓ ସମ୍ପର୍କୀୟ। ସେମାନେ ଅତିଥିଙ୍କ ପାଇଁ ତିଆରି କରିଥିଲେ ନ’ ତିଅଣ ନ’ ଭଜା। ଅତିଥିମାନେ ଭୋଜନ କରିବା ପରେ ବେଶ୍‌ ଖୁସି ହୋଇଥିଲେ। ବଣ ପାହାଡ଼ ଘେରା ନୀଳଗିରିକୁ ରେଳ ନେଟ୍‌ୱର୍କରେ ସଂଯୋଗ କରିବା ପାଇଁ ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଡୁଡୁ ଆଜି ନନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରି ବେଶ ଆନନ୍ଦିତ ହୋଇଛନ୍ତି।

[caption id="attachment_704834" align="aligncenter" width="650"] ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗହଣରେ ବାଲେଶ୍ୱର ସାଂସଦ[/caption]

ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୀର୍ଘ ବର୍ଷର ସ୍ୱପ୍ନ ଆଜି ପୂରା ହୋଇଛି। ବହୁ ପ୍ରତୀକ୍ଷା ଅନ୍ତ ଘଟିଛି। ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ। ଯାହାର ଭିତ୍ତିପ୍ରସ୍ତର ଆଜି ସ୍ଥାପନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଅପରାହ୍ନ ୨ଟା ୪୫ ମିନିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ପାସେଞ୍ଜର ଟ୍ରେନ୍‌ରେ ଗୋପୀନାଥପୁରରେ ପହଞ୍ଚିଥିଲେ। ସେଥିପାଇଁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ରେଳ ଲାଇନ୍‌ ନବୀକାଣ କାର୍ଯ୍ୟର ଶିଳାନ୍ୟାସ୍‌ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଶିଳାନ୍ୟାସ୍‌ ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଏ କାର୍ଯ୍ୟକ୍ରମ କେବଳ ନନା ଅର୍ଥାତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପାଇଁ ସମ୍ଭବ ହୋଇପାରିଛି। ଏଠାରୁ ପାସେଞ୍ଜର ଟ୍ରେନ୍‌ ଚାଲିଲେ ସମଗ୍ର ଅଞ୍ଚଳର ବିକାଶ ଘଟିବ ବୋଲି ସେ କହିଛନ୍ତି।

[caption id="attachment_704835" align="aligncenter" width="650"] ନନାଙ୍କ ଚାଳ ଘରେ ମଧ୍ୟାହ୍ନ ଭୋଜନ କରୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ[/caption]

ଶିଳାନ୍ୟାସ୍‌ ପର୍ବ ସରିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀମାନେ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଥିପାଇଁ ସକାଳଠାରୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ନନାଙ୍କ ଭଉଣୀ, ଭାଣିଜୀ ଓ ସମ୍ପର୍କୀୟ। ଅତିଥିଙ୍କ ପାଇଁ ଭାତ, ଡାଲି, ମିକ୍ସ ତରକାରି, କାନିକା ଭାତ, ଦହି ବାଇଗଣ, ବିଲାତି ଖଟା, କଖାରୁ ଫୁଲ ବଡ଼ା, ମଣ୍ଡା ପିଠା, ପୋଡ଼ ପିଠା, ଜହ୍ନି ଆଳୁ ପୁସ୍ତ, ଶାଗ, ଫୁଟୁକୁଡ଼ି ଓ ଆଳୁ ଭଜା (ଫୁଟୁକୁଡ଼ି ଏକ ଜଙ୍ଗଲୀ ଫୁଲ), କଦଳୀ ଚୋପା ପତୁଆ, କଦଳୀ ଚିପ୍ସ, ଶିମ୍ୱ ଭଜା, କଲରା ଭଜା, ପଣଷ ତରକାରି ଓ ପନିର ତରକାରି ପ୍ରମୁଖ ହୋଇଥିଲା।

Related story