କାଳିଆ ଟଙ୍କାକୁ ନେଇ ଦୁଇ ମହିଳାଙ୍କ କଳି, ଥାନାକୁ ଗଲା ମାମଲା

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ରାଜ୍ୟ ସରକାରଙ୍କ ‘କାଳିଆ’ ଟଙ୍କାକୁ ନେଇ ଦୁଇ ମହିଳାଙ୍କ ଭିତରେ କଳି ଲାଗିଛି। ଏ କଳି ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୮ ମାସର। ଶେଷରେ ମାମଲା ଥାନାକୁ ଆସିଛି। ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। ସମାନ ନାମଧାରୀ ଦୁଇ ମହିଳାଙ୍କ ଅଭିଯୋଗ ହେଉଛି, ଜଣକ ଟଙ୍କା ଆଉ ଜଣଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଇଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ଘଟିଛି। […]

Redhakhol

Manoranjan Sial
  • Published: Friday, 17 December 2021
  • , Updated: 17 December 2021, 06:58 PM IST

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ରାଜ୍ୟ ସରକାରଙ୍କ ‘କାଳିଆ’ ଟଙ୍କାକୁ ନେଇ ଦୁଇ ମହିଳାଙ୍କ ଭିତରେ କଳି ଲାଗିଛି। ଏ କଳି ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୮ ମାସର। ଶେଷରେ ମାମଲା ଥାନାକୁ ଆସିଛି। ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। ସମାନ ନାମଧାରୀ ଦୁଇ ମହିଳାଙ୍କ ଅଭିଯୋଗ ହେଉଛି, ଜଣକ ଟଙ୍କା ଆଉ ଜଣଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଇଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ଘଟିଛି।

ପୂରା ଘଟଣାଟି ଏମିତି। ହେମନ୍ତଖୋଳ ଗାଁର ମହାଦେବ ପ୍ରଧାନଙ୍କ ପତ୍ନୀ ହେଉଛନ୍ତି ୪୫ ବର୍ଷିୟା କୁନ୍ତଳା ପ୍ରଧାନ। ସେ ୟୁନିୟନ୍‌ ବ୍ୟାଙ୍କରେ ଆକାଉଣ୍ଟ ଖୋଲି କାଳିଆ ଯୋଜନାରେ ଆବେଦନ କରିଥିଲେ। ଠିକ୍‌ ସେହିଭଳି ସେହି ଗାଁର ଅଖୁଜ ପ୍ରଧାନଙ୍କ ୫୮ ବର୍ଷିୟ ପତ୍ନୀ କୁନ୍ତଳା ପ୍ରଧାନ ସେଣ୍ଟ୍ରାଲ ବ୍ୟାଙ୍କରେ ଖାତା ଖୋଲିଥିଲେ। ସେ ମଧ୍ୟ କାଳିଆ ଯୋଜନାରେ ଆବେଦନ କରିଥିଲେ। ହେଲେ ଅଖୁଜ ପ୍ରଧାନଙ୍କ ପତ୍ନୀ କୁନ୍ତଳାଙ୍କ ଆକାଉଣ୍ଟରେ କାଳିଆ ସହାୟତା ଜମା ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୀର୍ଘ ୮ ମାସରୁ ଅଧିକ ସମୟ ଧରି ଉପୟ ପରିବାର ଭିତରେ ଗଣ୍ଡଗୋଳ ଚାଲିଥିଲା। ଏପରିକି ମହାଦେବଙ୍କ ପତ୍ନୀ କୁନ୍ତଳା ପୂର୍ବରୁ ଏନେଇ କୃଷି ବିଭାଗ ଓ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ତାଙ୍କ ନାଁରେ ଆସିଥିବା କାଳିଆ ଟଙ୍କା ଅଖୁଜ ପ୍ରଧାନଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅଭିଯୋଗ କରିଥିଲେ।

ପ୍ରଶାସନିକ ଅଧିକାରୀଙ୍କଠାରୁ ନିରାଶ ହେବା ପରେ ମହାଦେବ ପ୍ରଧାନଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଅଖୁଜ ପ୍ରଧାନଙ୍କ ପତ୍ନୀ ମଧ୍ୟ ଅଭିଯୋଗ କରିଛନ୍ତି। ତାଙ୍କୁ ମହାଦେବ ପ୍ରଧାନଙ୍କ ପତ୍ନୀ ଗାଳି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ସମାନ ନାମଧାରୀ ଏହି ଦୁଇ ମହିଳାଙ୍କ ମନରେ କାହିଁକି ଏମିତି ସନ୍ଦେହ ସୃଷ୍ଟି ହୋଇଛି? ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ପୂର୍ବରୁ ଅଖୁଜ ପ୍ରଧାନଙ୍କ ପତ୍ନୀ କୁନ୍ତଳାଙ୍କ କେନ୍ଦୁପତ୍ର ତୋଳା ଟଙ୍କା ଅଖୁଜ ପ୍ରଧାନଙ୍କ ପତ୍ନୀ କୁନ୍ତଳାଙ୍କ ଖାତାରେ ଜମା ହୋଇଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଅଖୁଜ ପ୍ରଧାନଙ୍କ ପତ୍ନୀ ଟଙ୍କା ଫେରାଇଥିଲେ। ସେହି ଦିନଠାରୁ ଉଭୟଙ୍କ ଭିତରେ ସନ୍ଦେହ ବଢ଼ିଥିଲା। ଏହାର ସମାଧାନ କିଏ କରିବ ଜଣାପଡ଼ି ନାହିଁ।

Related story