ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବାରିପଦା (ମାନିକ୍ ଲାଲ୍ ପାଣି): ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି।  ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ  ଦୁଇ ଜଣ ପୁଲିସ କର୍ମଚାରୀ ଜଣେ  ମହିଳା ଅଭିଯୁକ୍ତକୁ ନେଇ ବାରିପଦାରୁ କେସିପୁର […]

accident

  • Published: Saturday, 08 October 2022
  • , Updated: 08 October 2022, 04:51 PM IST

ବାରିପଦା (ମାନିକ୍ ଲାଲ୍ ପାଣି): ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି।  ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ  ଦୁଇ ଜଣ ପୁଲିସ କର୍ମଚାରୀ ଜଣେ  ମହିଳା ଅଭିଯୁକ୍ତକୁ ନେଇ ବାରିପଦାରୁ କେସିପୁର ଫାଣ୍ଡିକୁ ଆସୁଥିଲେ। ଏହି ସମୟରେ ଶାଳବଣି ନିକଟରେ  ବିପରୀତ ଦିଗରୁ ଆସୁଥିବା ଘୁଷୁରୀ ବୋଝେଇ ଟ୍ରକ୍‌ ସହ ପୁଲିସ୍‌ ଜିପ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲା ବେଳେ ତାଙ୍କ ସାଙ୍ଗରେ ଥିବା ମହିଳା ଅଭିଯୁକ୍ତ ମଧ୍ୟ ଆହତ ହୋଇଥିଲେ। ପୁଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।

 

 

Related story