ବଜ୍ରପାତରେ ଦୁଇ ଯାଆ ମୃତ

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକିମିଡ଼ିଭଦ୍ରା ଗାଁରେ ବଜ୍ରପାତରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସଂପର୍କରେ ଏ ଦୁଇ ଜଣ ଯାଆ ହେବେ। ସେମାନେ ହେଲେ ରାଧା (୨୫) ଓ ସୁନୀତା। ଏହି ଘଟଣାରେ ଏକ ତିନି ମାସର ଶିଶୁପୁତ୍ର ସହିତ ଆଉ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗତକାଲି  ସନ୍ଧ୍ୟାରେ  ଚାଷ ଜମିରୁ  କାମ ସାରି  ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ […]

death

Jyoshna Pradhan
  • Published: Monday, 03 June 2019
  • , Updated: 03 June 2019, 09:14 AM IST

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକିମିଡ଼ିଭଦ୍ରା ଗାଁରେ ବଜ୍ରପାତରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସଂପର୍କରେ ଏ ଦୁଇ ଜଣ ଯାଆ ହେବେ। ସେମାନେ ହେଲେ ରାଧା (୨୫) ଓ ସୁନୀତା।

ଏହି ଘଟଣାରେ ଏକ ତିନି ମାସର ଶିଶୁପୁତ୍ର ସହିତ ଆଉ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଏମାନେ ସମସ୍ତେ ଗତକାଲି  ସନ୍ଧ୍ୟାରେ  ଚାଷ ଜମିରୁ  କାମ ସାରି  ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ  ରାଧା ଓ ସୁନୀତାଙ୍କ ମୃତ୍ୟୁ ଘଟିଥିଲା।

ଏହି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଗୁରୁତର ମାନଙ୍କୁ ପାର୍ବତୀପୁରମ୍‌ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story