ପୋଖରୀରେ ବୁଡ଼ି ଗଲେ ଦୁଇ ଛାତ୍ରୀ

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାହାଳିଆ ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ, ଜ୍ୟୋତିରେଖା ମହାରଣା ଏବଂ ବନଶ୍ରୀ ବେହେରା। ଜ୍ୟୋତିରେଖା ଏବଂ ବନଶ୍ରୀ ଟ୍ୟୁସନ୍‌ରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ବନଶ୍ରୀ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଜ୍ୟୋତିରେଖା ମଧ୍ୟ ବୁଡ଼ି ଯାଇଥିଲେ। ଗ୍ରାମବାସୀ ଦୁଇ ଜଣଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି […]

nilagiri

Jyoshna Pradhan
  • Published: Sunday, 23 September 2018
  • , Updated: 23 September 2018, 10:54 AM IST

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାହାଳିଆ ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ, ଜ୍ୟୋତିରେଖା ମହାରଣା ଏବଂ ବନଶ୍ରୀ ବେହେରା।

ଜ୍ୟୋତିରେଖା ଏବଂ ବନଶ୍ରୀ ଟ୍ୟୁସନ୍‌ରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ବନଶ୍ରୀ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଜ୍ୟୋତିରେଖା ମଧ୍ୟ ବୁଡ଼ି ଯାଇଥିଲେ।

ଗ୍ରାମବାସୀ ଦୁଇ ଜଣଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଜ୍ୟୋତିରେଖା ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ବନଶ୍ରୀ ଦଶମ ଶ୍ରେଣୀର ଛାତ୍ରୀ ଥିଲେ।

Related story