ବାଲିଗୁଡ଼ା (ଅଜିତ ନାୟକ): ବାଇକ ଉପରେ ଚଢ଼ିଗଲା ସ୍କୋର୍ପିଓ। ଘଟଣା ସ୍ଥଳରେ ଚାଲିଗଲା ବାଇକ ଚାଳକ ଓ ତାଙ୍କ ସାଥୀଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡଙ୍ଗେରି ଛକ ୫୯ ନମ୍ବର ଜାତୀୟ ରାଜପଥରେ। ମୃତକ ଦୁଇ ଯୁବକ ହେଲେ କିଡ୍ରାମାଲା ଗାଁର ପ୍ରକାଶ ପ୍ରଧାନ ଓ ମିଲୁ ପ୍ରଧାନ।
ପ୍ରକାଶ ପ୍ରଧାନ ଓ ମିଲୁ ପ୍ରଧାନ କୌଣସି କାମରେ ବାଇକ୍ରେ ପଟାଙ୍ଗି ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥର ଡଙ୍ଗେରି ଛକରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ସ୍କୋର୍ପିଓ ସେମାନଙ୍କ ବାଇକ୍ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍କର୍ପିଓ ଗାଡି ଚାଳକ ଜଣକ ବାଲିଗୁଡା ଅଭିମୁଖେ ଦୃତ ଗତିରେ ପଳାଇ ଯାଇଥିଲା। ଖବର ପାଇ କ.ନୂଆଗାଁ ପୁଲିସ ସମ୍ପୃକ୍ତ ଗାଡିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଅନ୍ୟପକ୍ଷରେ ଦାରିଙ୍ଗବାଡି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।