ଉଚ୍ଚଶିକ୍ଷାରେ ସଂରକ୍ଷଣ ବୃଦ୍ଧିକୁ ସମ୍ବଲପୁରରେ ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ

ସମ୍ବଲପୁର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି ନିଷ୍ପତିକୁ ନେଇ ତେଜୁଛି ଆନ୍ଦୋଳନ। ଗତକାଲି ବୁର୍ଲା ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସଂରକ୍ଷଣ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର ଲାଗି ସେମାନେ ଦାବି କରିଛନ୍ତି। ମେଧା ଭିତ୍ତିରେ ଡାକ୍ତରୀ ସିଟରେ ନାମ ଲେଖା ପାଇଁ ପ୍ରାଧାନ୍ୟ ଦିଆଯାଉ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସଂରକ୍ଷଣ ପ୍ରତିଶତ ବଢାଇବା ଦ୍ୱାରା ସାଧାରଣବର୍ଗର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ଯୁକ୍ତି ବାଢିଛନ୍ତି। ରାଜ୍ୟ ସରକାର […]

vss medical student

vss medical student

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 06:13 AM IST

ସମ୍ବଲପୁର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି ନିଷ୍ପତିକୁ ନେଇ ତେଜୁଛି ଆନ୍ଦୋଳନ। ଗତକାଲି ବୁର୍ଲା ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ସଂରକ୍ଷଣ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର ଲାଗି ସେମାନେ ଦାବି କରିଛନ୍ତି। ମେଧା ଭିତ୍ତିରେ ଡାକ୍ତରୀ ସିଟରେ ନାମ ଲେଖା ପାଇଁ ପ୍ରାଧାନ୍ୟ ଦିଆଯାଉ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ସଂରକ୍ଷଣ ପ୍ରତିଶତ ବଢାଇବା ଦ୍ୱାରା ସାଧାରଣବର୍ଗର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ଯୁକ୍ତି ବାଢିଛନ୍ତି। ରାଜ୍ୟ ସରକାର ଗତ ବୁଧବାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହୁଥିବା ସିଟ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୮% ସିଟ୍ ସଂରକ୍ଷିତ ରହୁଥିବା ବେଳେ ଏବେ ଏହାକୁ ସରକାର ୧୬.୨୫%କୁ ବଢ଼ାଇ ଦେଇଛନ୍ତି । ସେହିପରି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ୧୨% ସିଟ୍ ସଂରକ୍ଷିତ ରହୁଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ୨୨.୫%କୁ ବଢ଼ାଇ ଦେଇଛନ୍ତି।

Related story