ଉଚ୍ଛେଦ ହେଲା ଡିପ୍ଲୋମା ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଡିପ୍ଲୋମା ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାକୁ ଉଚ୍ଛେଦ କରିଦିଆଯାଇଛି। ଏ ନେଇ ବୈଷୟିକ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପୂର୍ବରୁ ଏଥିପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ବିଧିବଦ୍ଧ ଭାବେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ପ୍ରବାଶିକା ପରୀକ୍ଷା କରା ନ ଯାଇ ମାର୍କ ଅନୁସାରେ ଆଡମିଶନ ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୧୬-୧୭ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଏଆଇସିଟିଇ ଗାଇଡ ଲାଇନ ଅନୁସାରେ ମାଟ୍ରିକ୍‌ରେ ୩୫ ପ୍ରତିଶତ ମାର୍କ ରଖିଲେ ଆଡମିଶନ […]

diploma

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 02:12 PM IST

ଭୁବନେଶ୍ୱର: ଡିପ୍ଲୋମା ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାକୁ ଉଚ୍ଛେଦ କରିଦିଆଯାଇଛି। ଏ ନେଇ ବୈଷୟିକ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପୂର୍ବରୁ ଏଥିପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ବିଧିବଦ୍ଧ ଭାବେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ପ୍ରବାଶିକା ପରୀକ୍ଷା କରା ନ ଯାଇ ମାର୍କ ଅନୁସାରେ ଆଡମିଶନ ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୧୬-୧୭ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ।

ଏଆଇସିଟିଇ ଗାଇଡ ଲାଇନ ଅନୁସାରେ ମାଟ୍ରିକ୍‌ରେ ୩୫ ପ୍ରତିଶତ ମାର୍କ ରଖିଲେ ଆଡମିଶନ ପାଇଁ ଆବେଦନ କରି ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏବେ ଡିପ୍ଲୋମା ଇଂଜିନିୟରିଂ ସ୍କୁଲ ଓ ପଲିଟେକନିକ କଲେଜରେ ମାର୍କ ଭିତ୍ତିରେ ଛାତ୍ରଛାତ୍ରୀ ଆଡମିଶନ କରିପାରିବେ। ଏଥିସହିତ ଲାଟେରାଲ ଏଣ୍ଟ୍ରି ପାଇଁ ଦ୍ୱାଦଶ ଶ୍ରେଣୀ କିମ୍ବା ଦୁଇ ବର୍ଷିୟା ଆଇଆଇଟି ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଆଡମିଶନ ହେବ।

Related story