ଧାରଣାର ତିନି ଦିନ ପରେ ବି ପୂରଣ ହେଲାନି ବିଧାୟକଙ୍କ ଦାବି

ଉମରକୋଟ (କାର୍ତ୍ତିକ ମଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଡାକ୍ତର ଖାନାର ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଉମରକୋଟ ଡାକ୍ତର ଖାନାକୁ ଉପଖଣ୍ଡ ଡାକ୍ତର ଖାନା ଭାବେ ଘୋଷଣା କରିବା ସତ୍ତ୍ୱେ ତାକୁ କାର୍ଯ୍ୟକାରୀ କରୁ ନଥିବାରୁ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସାଙ୍ଗକୁ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନିଯୁକ୍ତି, ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଏବଂ ସମସ୍ତ ଖାଲି ପଦବୀ ପୂରଣ ଭଳି ଦାବି ନେଇ ବିଧାୟକ […]

umarkot

Ranjit Kumar Jena
  • Published: Friday, 13 November 2020
  • , Updated: 13 November 2020, 01:59 PM IST

ଉମରକୋଟ (କାର୍ତ୍ତିକ ମଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଡାକ୍ତର ଖାନାର ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଉମରକୋଟ ଡାକ୍ତର ଖାନାକୁ ଉପଖଣ୍ଡ ଡାକ୍ତର ଖାନା ଭାବେ ଘୋଷଣା କରିବା ସତ୍ତ୍ୱେ ତାକୁ କାର୍ଯ୍ୟକାରୀ କରୁ ନଥିବାରୁ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସାଙ୍ଗକୁ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନିଯୁକ୍ତି, ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଏବଂ ସମସ୍ତ ଖାଲି ପଦବୀ ପୂରଣ ଭଳି ଦାବି ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଗତ ତିନି ଦିନ ଧରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି।

ଧାରଣାର ପ୍ରଥମ ଦିନରେ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ବିଧାୟକ ଡ. ମୁକେଶ ମହାଲିଙ୍ଗ ସାମିଲ ହୋଇଥିବା ଆଜି ମହିଳା ମୋର୍ଚ୍ଚା ସାମିଲ ହୋଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ତରବରିଆ ଭାବେ ଉମରକୋଟ ଡାକ୍ତରଖାନାକୁ ଉପଖଣ୍ଡ ଡାକ୍ତର ଖାନା ଭାବେ ଘୋଷଣା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହା ଫଳରେ ଉମରକୋଟ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଜିଲ୍ଲାର ରାଇଘର, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ଏବଂ ଉମରକୋଟ ବ୍ଲକ୍ ଓ ମ୍ୟୁନିସିପାଲିଟିର ଲକ୍ଷ ଲକ୍ଷ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବା ସାଙ୍ଗକୁ ବହୁ ଲୋକଙ୍କ ଜୀବନ ହାନୀ ଘଟୁଥିବା ନଜିର ରହିଛି।

ଉକ୍ତ ସମସ୍ୟା ସମ୍ପର୍କିତ ୭ଟି ଦଫା ଦାବିପତ୍ର ଉମରକୋଟ ବିଧାୟକ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ୧୫ ଦିନ ସମୟ ମଧ୍ୟରେ ସମାଧାନ କରିବା ନିମନ୍ତେ ନିବେଦନ କରିଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ବାଧ୍ୟ ହୋଇ ଏଭଳି ପ୍ରତୀକ ଧାରଣାରେ ବସିଥିବା କହିଛନ୍ତି ବିଧାୟକ।

Related story