ସାଲେପୁର (ଓଡ଼ିଶା ରିପୋର୍ଟର): ବର୍ଷା ଋତୁ ଆସିଯାଇଛି। ବର୍ଷା କେତେବେଳେ ହେବ କେତେବେଳେ ଛାଡ଼ିବ, ତାହା କହି ହେବ ନାହିଁ। ତେଣୁ ବର୍ଷା ଯୋଗୁ ଯେମିତି ଛାତ୍ରଛାତ୍ରୀମାନେ ସ୍କୁଲ୍ ଯିବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ବାହାରପଡ଼ା ଗାଁର କିଛି ଯୁବକ ସେମାନଙ୍କ ଅଞ୍ଚଳର କିଛି ପିଲାଙ୍କୁ ଛତା ବାଣ୍ଟିଛନ୍ତି। ସେମାନେ ଏକାଠି ହୋଇ ‘ହ୍ୟାଣ୍ଡସ୍ ଫର୍ ନିଡ୍ ଗ୍ରୁପ୍’ ବୋଲି ଏକ ସଂଗଠନ ଗଢ଼ିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଛତା ବଣ୍ଟନ କରିଛନ୍ତି। ନୂଆ ଛତା ପାଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ହୋଇଛନ୍ତି।
ଯୁବ ସ୍ୱେଚ୍ଛାସେବୀମାନଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜକ ସାଲେପୁର କଲେଜର ପୂର୍ବତନ ସଭାପତି ସୁଧାକର ସାହୁ, ଅଶୋକ ସାହୁ, ରାଜେଶ ମହାନ୍ତି, ପ୍ରଦୀପ ସାହୁ ଓ ପ୍ରମୋଦ ବେହେରାଙ୍କ ସମେତ ବହୁ ଯୁବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଛତା ପ୍ରଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।