‘ଉମିଦ୍ କି ଉଡ଼ାନ’ କାର୍ଯ୍ୟକ୍ରମ: ପ୍ରବାସୀ ଓଡ଼ିଆଙ୍କୁ ଏୟାର ଲିଫ୍ଟ କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ ଯୋଗୁ ଅନ୍ୟ ରାଜ୍ୟରେ ସମସ୍ୟାରେ ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ଏୟାର ଲିଫ୍ଟ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି ବିମାନ ଯୋଗେ ମୋଟ ୪୩୮ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଅଣାଯାଇଛି। ‘ଉମିଦ୍ କି ଉଡାନ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଘରୋଇ ବିମାନ ସେବା ‘ଏୟାର […]

migrate

Manoranjan Sial
  • Published: Wednesday, 03 June 2020
  • , Updated: 03 June 2020, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ ଯୋଗୁ ଅନ୍ୟ ରାଜ୍ୟରେ ସମସ୍ୟାରେ ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ଏୟାର ଲିଫ୍ଟ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି ବିମାନ ଯୋଗେ ମୋଟ ୪୩୮ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଅଣାଯାଇଛି। ‘ଉମିଦ୍ କି ଉଡାନ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଘରୋଇ ବିମାନ ସେବା ‘ଏୟାର ଏସିଆ’ ସହ ସମନ୍ୱୟ ରକ୍ଷା କରି ଆଜି ଦୁଇଟି ଚାର୍ଟର ବିମାନ ଯୋଗେ ପ୍ରାୟ ୩୦୦ଜଣଙ୍କୁ ଇମ୍ଫାଲ ଓ ଗୌହାଟୀରୁ ଭୁବନେଶ୍ୱରକୁ ଫେରାଇ ଆଣିଛନ୍ତି। ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ‘ଉମିଦ୍ କି ଉଡ଼ାନ୍‌’ଜରିଆରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ସଫଳ ହୋଇଛି। ଏହି କ୍ରମରେ ୧୩୮ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ନେଇ ମଣିପୁରରୁ ଏକ ସ୍ୱତନ୍ତ୍ର ବିମାନ ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଛି । ସେମାନଙ୍କୁ ଏକ ବସ୍ ଯୋଗେ କେନ୍ଦ୍ରାପଡ଼ା ପଠାଇ ଦିଆଯାଇଛି। ସେଠାରେ ସେମାନଙ୍କୁ ଆନୁଷ୍ଠାନିକ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରେଳ ଯାତାୟତ ଅବା ସଡ଼କ ପଥରେ ଯାତାୟତ ସମ୍ଭବ ନଥିବା ଆଭ୍ୟନ୍ତରୀଣ ଅଂଚଳରେ ଫସି ରହିଥିବା ଲୋକଙ୍କୁ ଏୟାର ଲିଫଟିଂ ଦ୍ୱାରା ରାଜ୍ୟକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ‘ଉମିଦ୍ କି ଉଡ଼ାନ’ କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପ ନେଉଛନ୍ତି। ଅନ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ରାଜ୍ୟ ସରକାର ଏଭଳି ଏୟାର ଲିଫ୍ଟ ଜାରି ରଖିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଣିପୁର, ତ୍ରିପୁରା, ନାଗାଲ୍ୟାଣ୍ଡ, ମେଘାଳୟ ଓ ଆସାମରେ ଫସି ରହିଥିବା ୩୦୦ ଓଡ଼ିଆଙ୍କୁ ଏୟାର ଏସିଆର ୨ଟି ବିମାନରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଥିଲା। ଏହି ବିମାନ ଆଜି ଅପରାହ୍ନ ସାଢ଼େ ୨ଟାରେ ପହଂଚିବାପରେ ସେହି ଲୋକମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାକୁ ବସ୍ ଯୋଗେ ପଠାଇ ଦିଆଯାଇଛି।

Related story