ଭଣଜାଙ୍କ ଉପରକୁ ଗୁଳି ଚଳାଇଲେ ସମ୍ପର୍କୀୟ ମାମୁ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପାରିବାରିକ କଳହକୁ ନେଇ ଗୁଳିକାଣ୍ଡ ଘଟିଛି। ସଂପର୍କୀୟ ଅଜା ଓ ମାମୁଙ୍କ ଗୁଳିକାଣ୍ଡର ଶିକାର ହୋଇଛନ୍ତି ଭଣଜା ସନାତନ ମଲ୍ଲିକ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କ.ନୂଆଗାଁଥାନା ଦାମୋଦରପୁର ଗାଁରେ। ଶୁକ୍ରବାର ବିଳମ୍ବିତ ରାତିରେ ସାମନା ଘରେ ରହୁଥିବା ସଂପର୍କୀୟ ଅଜାଙ୍କ ଘରକୁ ଯାଇଥିଲେ ସନାତନ। ଏହି ସମୟରେ ଅଜା ଓ ମାମୁଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ ଅଜା ଓ ମାମୁ ତାଙ୍କ […]

firing

Manoranjan Sial
  • Published: Saturday, 27 October 2018
  • , Updated: 27 October 2018, 05:29 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପାରିବାରିକ କଳହକୁ ନେଇ ଗୁଳିକାଣ୍ଡ ଘଟିଛି। ସଂପର୍କୀୟ ଅଜା ଓ ମାମୁଙ୍କ ଗୁଳିକାଣ୍ଡର ଶିକାର ହୋଇଛନ୍ତି ଭଣଜା ସନାତନ ମଲ୍ଲିକ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କ.ନୂଆଗାଁଥାନା ଦାମୋଦରପୁର ଗାଁରେ।

ଶୁକ୍ରବାର ବିଳମ୍ବିତ ରାତିରେ ସାମନା ଘରେ ରହୁଥିବା ସଂପର୍କୀୟ ଅଜାଙ୍କ ଘରକୁ ଯାଇଥିଲେ ସନାତନ। ଏହି ସମୟରେ ଅଜା ଓ ମାମୁଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ ଅଜା ଓ ମାମୁ ତାଙ୍କ ଉପରକୁ ଗୁଳି କରିଥିବା ଅଭିଯୋଗ କରିଛନ୍ତି ସନାତନ।

ପୁଲିସ୍ ଏନେଇ ତଦନ୍ତ କରୁଥିବାବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

ସନାତନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଘଟଣା ପରଠାରୁ ସମ୍ପର୍କୀୟ ଅଜା ଓ ମାମୁ ଫେରାର୍‌ ଅଛନ୍ତି।

Related story